ଭିତରକନିକାରେ ବଢିଲା କୁମ୍ଭୀର ସଂଖ୍ୟା, ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ

ଭୁବନେଶ୍ବର : ଭିତରକନିକାରେ କୁମ୍ଭୀର ସଂଖ୍ୟା ବଢିଲା । ଚଳିତମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା ଗଣନା ଆଜି ସମାପ୍ତ ହୋଇଛି । ଏହି ସମୟ ମଧ୍ୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଚଳିତ ବର୍ଷ ଗଣନା ପରେ ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ୧୫ଟି କୁମ୍ଭୀର ଠାବ ହୋଇଛନ୍ତି । ଗତବର୍ଷ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ ।

Comments are closed.