ବୌଦ୍ଧ : ବୌଦ୍ଧ ଜିଲା ସଦର ବ୍ଲକର ବହିରା ଗାଁରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି। କିଛି ଦିନ ହେବ ଗାଁପାଖରେ ଥିବା ନାଳରେ ସ୍ଥାନୀୟଲୋକେ କୁମ୍ଭୀରକୁ ଦେଖୁଥିବା ଜଣାପଡ଼ିଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୬ ଫଟ ହେବ ବୋଲି ଅନୁମାନ କରାଯାଉଛି। ଏହି ନାଳଟି ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଥିବାରୁ ଛାତ୍ରଛାତ୍ରୀ ଓ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀମାନେ ନିଜର ନିତ୍ୟକାର୍ଯ୍ୟ ପାଇଁ ଏହି ନାଳ ଉପରେ ନିର୍ଭର କରିଥାଆନ୍ତି। ମାତ୍ର ବର୍ତ୍ତମାନ ନାଳରେ କୁମ୍ଭୀର ଥିବାରୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବନ୍ୟାରେ କୁମ୍ଭୀରଟି ମହାନଦୀରୁ ନାଳକୁ ପଶି ଆସିଥିବା ଅନୁମାନ କରାଯାଉଛି। ଖବର ପାଇ ବୌଦ୍ଧ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି।
Popular Categories



