www.samajalive.in
Saturday, December 6, 2025
14.1 C
Bhubaneswar

ରାଜଧାନୀରେ ଲୁଟିଆଙ୍କ ରାଜୁତି; ମାନୁ ନାହାନ୍ତି ଦିନ ରାତି

ଭୁବନେଶ୍ବର: ଲକ୍ଡ଼ାଉନ ସମୟରେ ଛକ ଛକରେ ପୁଲିସ ପହରା । ହେଲେ ପୁଲିସକୁ ବେଖାତିର କରି ମାତିଛନ୍ତି ଲୁଟିଆ । ଦିନ ନାହିଁ କି ରାତି ନାହିଁ, ଯେଉଁଠି ଯିଏ ଅକଳରେ ପଡ଼ିଲା ତାକୁ ଲୁଟୁଥିବା ଦେଖାଯାଇଛି । ଗତକାଲି ସହରରେ ୨ଟି ଥାନାରେ ଦରଜ ହୋଇଛି ୩ ମାମଲା । ଘରେ ପଶି ଜଣେ ଡ଼ିଏସପିଙ୍କଠାରୁ ଲୁଟିଆ ସୁନା ଚେନ୍ ଲୁଟିଛନ୍ତି । ଖାଲି ଲୁଟି ନାହାନ୍ତି ବନ୍ଧୁକ ବି ଦେଖାଇଛନ୍ତି । ସେମିତି ଖାରବେଳନଗର ଥାନା ଅନ୍ତର୍ଗତ ପିଏମଜି ସୁଲଭ ଶୌଚାଳୟ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟ୍ କରିବା ପରେ ନୂଆପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଚେନ ଲୁଟି ନେଇଛନ୍ତି । ଗୋଟିଏ ଦିନରେ ଏଭଳି ଆତଙ୍କରାଜ ଘଟଣା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡିଥିବା ସ୍ପଷ୍ଟ ହୋଇଛି। ଏହି ସମସ୍ତ ଛିନ୍‍ତାଇ ଓ ଲୁଟ୍‍ପାଟ ଘଟଣା ଗୋଟିଏ ଗ୍ୟାଙ୍ଗ୍‍ ଭିଆଉଛନ୍ତି ନା ଏଥିରେ ଆଉ କାହାର ସମ୍ପୃକ୍ତ ରହିଛି ତାହା ପୁଲିସ ଅନୁସନ୍ଧାନ କରୁଛି। ସେହିପରି ମାସ୍କ ଯାଞ୍ଚ କରିବା ସହ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

-ଲୁଟିଆଙ୍କ ହାତରେ ବନ୍ଧୁକ
ରାଜଧାନରେ ଚାଲିଛି ଲୁଟିଆଙ୍କ ରାଜ। ଲୁଟ୍‍ପାଟ କରିବା ଲାଗି ବନ୍ଧୁକ ବ୍ୟବହାର କରୁଛନ୍ତି। ପୁଲିସ ଗିରଫ ଭୟ ଓ ଲୁଟ୍‍ପାଟ୍‍ କରିବା ବେଳେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ରାଜଧାନୀରେ ମାସେ ଭିତରେ ଏକାଧିକ ଘଟଣାରେ ଲୁଟିଆ ବନ୍ଧୁକ ବ୍ୟବହାର କରୁଛନ୍ତି। ଗତ ସପ୍ତାହେରେ ବନ୍ଧୁକ ଦେଖାଇ ଖାରବେଳନଗର ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଠାରୁ ସୁନାଚେନ୍‍ ଝାମ୍ପି ନେଇଥିଲେ। ସେହିପରି କିଛି ଦିନ ତଳେ ବାଲିଅନ୍ତା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ବେଳେ ତମାଣ୍ଡୋ ଥାନା ଅଞ୍ଚଳରେ ସମାନ ଢ଼ଙ୍ଗରେ ଜଣେ ଅଟୋ ଚାଳକଙ୍କ ଠାରୁ ସୁନାମୁଦି ଓ ଟଙ୍କା ଲୁଟି ନେଇଥିଲେ। ସେହିପରି ନିଶା ବେପାର ହେଉ କି ଲୁଟିଆ ସମସ୍ତେ ବନ୍ଧୁକ ବ୍ୟବହାର କରୁଛନ୍ତି।

- Advertisement -

-ପାହାନ୍ତିଆ ବୁଲୁଛନ୍ତି ଲୁଟିଆ
କରୋନା ଲାଗି ଛକ ଛକରେ ପୁଲିସ। ସକାଳୁ ସନ୍ଧ୍ୟା ଯାଏଁ ସମସ୍ତ ଛକ ଓ ଗଳିକନ୍ଦିରେ ପୁଲିସ ପଇଁତରା। ରୋଜଗାର ଉତ୍ସ ବନ୍ଦ ଥିବାରୁ ଲୁଟିଆଙ୍କ ଚିନ୍ତା ବଢ଼ିଗଲାଣି। ସହରରେ ପୁଲିସର ଛାଉଣି ହୋଇଥିବାରୁ ଲୁଟିଆ ପାହାନ୍ତିଆରେ ବୁଲାବୁଲି କରୁଛନ୍ତି। ସକାଳୁ ଫୁଲ ଲାଗି ଉଠୁଥିବା ମହିଳା ଏବଂ ମର୍ଣ୍ଣିଂୱାକ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସର ଉପସ୍ଥିତି ନଥିବା ସହ ନିରୋଳାରେ ଲୁଟ୍‍ପାଟ କରି ଫେରାର୍‍ ହେବାରେ ସହାୟକ ହେଉଛି। କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ମର୍ଣ୍ଣିଂୱାକ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍‍ପାଟ କରୁଛନ୍ତି। ଏହି ସମୟରେ ପୁଲିସ ପାଟ୍ରୋଲିଂ କିମ୍ବା ଛକରେ ମୁତୟନ କୋହଳ ଥିବ। ଏହାର ସୁଯୋଗ ନେଇ ପାହାନ୍ତିଆକୁ ଟାର୍ଗେଟ କରିଛନ୍ତି। ଗତମାସ ମର୍ଣ୍ଣିଂୱାକ ସମୟରେ ଏକାଧିକ ବ୍ୟକ୍ତିଙ୍କୁ ଆକ୍ରମଣ କରି ଲୁଟ୍‍ପାଟ ଖେଳାଉଥିଲେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‍।

-ରାଜଧାନରେ ପୁଲିସ ବି ସୁରକ୍ଷିତ
କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ଠାରୁ କିଛି ଦିନ ତଳେ ଦୁଇ ଲୁଟିଆ ମୋବାଇଲ ଫୋନ୍‍ ଝାମ୍ପି ନେଇଥିଲେ। ଏହି ଘଟଣାରେ ପୁଲିସ କାହାରିକୁ ଧରିନଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳର ପୁଣି ଜଣେ ମହିଳା ପୁଲିସ ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟିବା ଘଟଣା ରାଜଧାନୀରେ ଲୁଟିଆଙ୍କ ପ୍ରାଦୁର୍ଭାବ ବଢ଼ିଥିବା କଥା ସ୍ପଷ୍ଟ କରିଛି।

-ଚୋରା ବନ୍ଧୁକ କାରବାର
କରୋନା ମାଡ଼ରେ ତଦନ୍ତ ଢ଼ିଲା। ଅଦୃଶ୍ୟ ଭୂତାଣୁକୁ ମୁକାବିଲା କରିବା ଲାଗି ଗୁରୁତ୍ୱ ଦେଉଛନ୍ତି। ଏହାର ସୁଯୋଗ ନେଇ ଅପରାଧୀ ପୁଣି ସକ୍ରିୟ ହୋଇଛନ୍ତି। ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଛି। ଏବେ ସମସ୍ତ ଅପରାଧୀଙ୍କ ହାତରେ ବନ୍ଧୁକ। ଦେଶୀ ଠାରୁ ବିଦେଶୀ ଭଳି ଦାମି ବନ୍ଧୁକ ବ୍ୟବହାର କରୁଛନ୍ତି। ଟଙ୍କା ଦେଲେ ମାତ୍ରେ ବନ୍ଧୁକ ଘରେ ଆସି ଦଲାଲ୍‍ ଦେଉଛନ୍ତି। କଥା କଥା କେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‍ପାଟ କରିବା ସହ ଫୁଟୁଛି ଗୁୁଳି। ସ୍ପେଶାଲ ସ୍କ୍ୱାଡ ଓ ଏସ୍‍ଟିଏଫ୍‍ ଆଉ ଚୋରା ବନ୍ଧୁକ କାରବାର କରୁଥିବା ବେପାରୀଙ୍କୁ ଠାବ କରିପାରୁନି। ଯାହାଫଳରେ ସେମାନେ ନିଭୟରେ ବନ୍ଧୁକ ଚୋରା କାରବାର କରୁଛନ୍ତି। ଗତବର୍ଷ କମିସନରେଟ ପୁଲିସ ଏକାଧିକ ଚୋରା ବନ୍ଧୁକ କାରବାର ଗ୍ୟାଙ୍ଗ୍‍ ପର୍ଦାଫାସ କରିଥିଲା। କମିସନରେଟ ପୁଲିସର ଏକ ଚୋରା ବନ୍ଧୁକ କାରବାର ଗନ୍ତାଘର କୁହାଯାଉଥିବା ବିହାରକୁ ଏକ ଟିମ୍‍ ଯିବା ସହ ସେଠାରୁ ଆସୁଥିବା ବନ୍ଧୁକଗୁଡିକୁ ଜବତ କରିଥିଲା।

-ପୁଣି ସକ୍ରିୟ ମୋଟୁ ପତଲୁ ଗ୍ୟାଙ୍ଗ୍‍
ବାଲିଅନ୍ତା, ବାଲିପାଟଣା, ବାଳକାଟି, ତମାଣ୍ଡୋ, ନନ୍ଦନକାନନ ଓ ଖଣ୍ଡଗିରି ଉପକଣ୍ଠ ଅଞ୍ଚଳରୁ ଲୁଟ୍‍ପାଟ କରି ଆତଙ୍କ ଖେଳାଉଥିବା ଦୁଇ ଯୁବକ ପୁଣି ଡିଏସ୍‍ପିଙ୍କ ଠାରୁ ଲୁଟିନେଇଥିବା ଚର୍ଚ୍ଚା ହେଉଛି। ଏହି ଗ୍ୟାଙ୍ଗ୍‍ ଜଣେ ସଦସ୍ୟ ଓ ମୋଟା ହୋଇଥିବା ବେଳେ ଅନ୍ୟଜଣେ ପତଳା। ସେଥିଲାଗି ମୋଟୁ ପତଲୁ ଗ୍ୟାଙ୍ଗ୍‍ ନାମକରଣ କରାଯାଇଛି।

-ସୁହାଉଛି ହେଲମେଟ ଓ ମାସ୍କ
କରୋନା କାହା ଲାଗି କାଳ ହୋଇଛି ତ ଆଉ କାହା ଲାଗି ପୁଷମାସ ହୋଇଛି। ଲୁଟିଆଙ୍କୁ ବେଶ୍‍ ସୁହାଉଛି କରୋନା। ମୁଖ୍ୟରାସ୍ତା ଠାରୁ ଗଳିକନ୍ଦି ସବୁଠି ଲୁଟିଆଙ୍କ ରାଜ୍‍ ଚାଲିଛି। ଘରେ ପଶି ଲୁଟ୍‍ପାଟ କରିବା ସହ ସୁନାଚେନ୍‍ ଏବଂ ଫୋନ୍‍ ଝାମ୍ପିନେଇଛନ୍ତି। ଅନେକ ଘଟଣାରେ ଲୁଟିଆଙ୍କ କାରନାମା ସିସିଟିଭିରେ କଏଦ୍‍ ହେଉଛି। ମହଁରେ ମାସ୍କ ଓ ହେଲମେଟ ପିନ୍ଧିଥିବା ଯୋଗୁଁ ଲୁଟିଆଙ୍କୁ ଚିହ୍ନବା କମିସନରେଟ ପୁଲିସ ଲାଗି ମୁସ୍କିଲ ହେଉଛି। ସେମାନଙ୍କ ଠାବ କରି ଲୁଟ୍‍ପାଟରେ ରୋକ ଲଗାଇବା କମିସନରେଟ ପୁଲିସ ଲାଗି ଆହ୍ୱାନ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories