www.samajalive.in
Saturday, December 13, 2025
23.1 C
Bhubaneswar

ଭାରତୀୟ ଦଳ ସହ ମାନସିକ ପ୍ରଶିକ୍ଷକ ରହିବା ଜରୁରୀ: ଧୋନି

ଚେନ୍ନଇ: ତାଙ୍କର ଥଣ୍ଡା ମିଜାଜ୍‍ ପାଇଁ ସାରା ଦୁନିଆରେ ଖ୍ୟାତି ଲାଭ କରିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତଥାପି ଧୋନି କହିଛନ୍ତି ଯେ ସେ ମଧ୍ୟ ବେଳେ ବେଳେ ଚାପର ବଶବର୍ତ୍ତୀ ହୋଇଥାଆନ୍ତି ଏବଂ ତାଙ୍କୁ ମଧ୍ୟ ଭୟ ଲାଗିଥାଏ। ତେଣୁ ସମସ୍ତ ପ୍ରକାର କ୍ରିକେଟର ଶାରୀରିକ ଭାବେ ସୁସ୍ଥରହିବା ଯେତିକି ଜରୁରୀ; ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍‍ ରହିବା ମଧ୍ୟ ସେତିକି ଜରୁରୀ। କିଛି କ୍ରିକେଟରଙ୍କଠାରେ ମାନସିକ ଦୁର୍ବଳତା ଥାଏ। ଆମେ ତାକୁ ବେଳେ ବେଳେ ମାନସିକ ଅସୁସ୍ଥତା ବୋଲି କହିଥାଉ। ତେବେ ଭାରତରେ ବହୁତ କ୍ରୀଡ଼ାବିତ୍‍ ଏହାକୁ ଗ୍ରହଣ କରିନଥାଆନ୍ତି। ଧୋନି ନିଜ ଉଦାହରଣ ଦେଇ କହିଛନ୍ତି, ମୁଁ ବ୍ୟାଟିଂ କରିବାକୁ ଗଲାବେଳେ ପ୍ରଥମ ୫/୧୦ଟି ବଲ୍‍ର ମୁକାବିଲା କରିବା ବେଳେ ମୋ ହୃଦ୍‍ସ୍ପନ୍ଦନ ଅଧିକ ରହିଥାଏ। ମୁଁ ଚାପ ଅନୁଭବ କରିଥାଏ। ମୋ ମନରେ ମଧ୍ୟ ଭୟ ରହିଥାଏ। କେବଳ ମୁଁ ନୁହେଁ; ସମସ୍ତଙ୍କ ମନରେ ଭୟ ଥାଏ।

ଏହାର ମୁକାବିଲା କରିବା ବେଶ୍‍ ଜରୁରୀ। ଏହା ଏକ ଛୋଟ ସମସ୍ୟା ଏବଂ ବହୁତ ସଂଖ୍ୟକ କ୍ରିକେଟରଙ୍କ ପାଖରେ ଦେଖାଯାଏ। ହେଲେ ଆମେ ଏହା ବିଷୟରେ ପ୍ରଶିକ୍ଷକଙ୍କୁ କହିବାକୁ ସଙ୍କୋଚ କରିଥାଉ। ତେଣୁ ଜଣେ ଖେଳାଳି ଓ ପ୍ରଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ରହିବା ଉଚିତ। ତେଣୁ ସମସ୍ତ ଦଳରେ ଜଣେ ଲେଖାଏଁ ମାନସିକ ପ୍ରଶିକ୍ଷକ ରହିବା ଜରୁରୀ। ପୁଣି ୧୫ ଦିନ.ମାସେ ମାନସିକ ପ୍ରଶିକ୍ଷକ ରହିଲେ କିଛି ଲାଭ ହେବନାହିଁ। ସେ ସ୍ଥାୟୀଭାବେ ଦଳ ସହ ରହିବା ଉଚିତ। ଫଳରେ ଖେଳାଳି ତାଙ୍କ ମାନସିକ ସମସ୍ୟା ତାଙ୍କୁ କହିପାରିବେ ଏବଂ ଉକ୍ତ ପ୍ରଶିକ୍ଷକ ଏହାକୁ ସୁଧାରିବା ଲାଗି ପ୍ରୟାସ କରିିପାରିବେ। କିଛିଦିନ ତଳେ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଦଳ ପାଇଁ ମାନସିକ ପ୍ରଶିକ୍ଷକଙ୍କ ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories