www.samajalive.in
Saturday, December 6, 2025
19.1 C
Bhubaneswar

ପଥୁରୀପଡା ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଇଯୋରୀ ଚମ୍ପିଆନ୍‍

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ପଥୁରୀପଡା ମା ମଙ୍ଗଳା ୪ର୍ଥ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଯାପିତ ହୋଇଛି। ଆୟୋଜିତ ଫାଇନାଲ ମ୍ୟାଚ୍‍ ମା ବନଦୁର୍ଗା କ୍ରିକେଟ କ୍ଲବ ମଇଯୋରୀ ଓ କିଆପଲ୍ଲା ବାବା ବାଲୁଙ୍କେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳରେ ମଇଯୋରୀ ବନଦୁର୍ଗା କ୍ରିକେଟ କ୍ଲବ ୭ ୱିକେଟରେ ୧୦୮ରନ ସଂଗ୍ରହ କରି ଚମ୍ପିଆନ୍‍ ଟ୍ରଫି ଗ୍ରହଣ କରିଥିବା ବେଳେ କିଆପଲ୍ଲା ବାଲୁଙ୍କେଶ୍ୱର କ୍ରିକେଟ କ୍ଲବ ରନର୍ସପ୍‍ ପୁରସ୍କାର ଗ୍ରହଣ କରିଛନ୍ତି। ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କବି ଗଣେଶ୍ୱର ପରିଡା,ସମ୍ମାନିତ ଅତିଥି କାଳିପୋଇ ସରପଞ୍ଚ ସୁବାଷ ସ୍ୱାଇଁ,ସମାଜସେବୀ ଜୟପ୍ରକାଶ ମିଶ୍ର,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତ୍ରିନାଥ ବେହେରା,ରାମଚନ୍ଦ୍ର ପରିଡା ଓ ପ୍ରତାପ ଦଳେଇ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟଆୟୋଜନରେ ଅଞ୍ଚଳର ଭାଇଚାରା ଓ ସମ୍ପର୍କ ଯୋଡିବାରେ ଟୁର୍ଣ୍ଣାମେଣ୍ଟ ବାର୍ତ୍ତା ବହନ କରୁଥିବା ଆଲୋକପାତ କରି ଉଭୟ ଦଳର ଖେଳାଳି ମାନଙ୍କୁ ପ୍ରଶଂସା କରିଥିଲେ। ଅତିଥି ମାନଙ୍କ ଦ୍ୱାରା ମଇଯୋରୀ କ୍ରିକେଟ କ୍ଲବ ଚମ୍ପିଆନ୍‍ ଟ୍ରଫି ଗ୍ରହଣ କରିଥିଲା। ମ୍ୟାନ୍‍ ଅଫ ଦି ମ୍ୟାଚ୍‍ ଭାବରେ ମଇଯୋରୀ ଦଳର ଶ୍ରୀଧର ଦେହୁରୀ,ମ୍ୟାନ୍‍ ଅଫ ଦି ସିରିଜ କିଆପଲ୍ଲା କ୍ରିକେଟ ଟିମ୍‍ ର ଦେବାଶିଷ ନାୟକ, ବେଷ୍ଟ ଓିକେଟ କିପର ଆଶିଷ ନାୟକ,ବେଷ୍ଟ ବ୍ୟାଟ୍‍ସମ୍ୟାନ୍‍ କରୁଣାକର ପଲେଇ ଏବଂ ବେଷ୍ଟ ବୋଲର ଭାବରେ ମଇଯୋରୀ କ୍ରିକେଟ ଟିମ୍‍ ର ନିଗମାନନ୍ଦ ମାଝି ପୁରସ୍କାର ଗ୍ରହଣ କରିଥିଲେ। ଅମ୍ପାୟାର​‌ ବିଶ୍ୱରଞ୍ଜନ ମହାନ୍ତି ଓ ରଞ୍ଜିତ କୁମାର ବେହେରା କ୍ରୀଡା ପରିଚାଳନା କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories