www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଆ ଖେଳାଳିଙ୍କ ଉପରେ ନଜର ରହିବ: ଦେବାଶିଷ

ଭୁବନେଶ୍ୱର : ବିସିସିଆଇ ପକ୍ଷରୁ ଜାତୀୟ ଜୁନିୟର କ୍ରିକେଟ ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହୋଇଥିବା ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଭୁବନେଶ୍ବରର ସହିଦ୍‍ ସ୍ପୋର୍ଟିଂ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶନିବାର ଅପରାହ୍ଣରେ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ଲବ ପରିସରରେ ଆୟୋଜିତ ଉତ୍ସବରେ ଦେବାଶିଷଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଥିଲେ, ପ୍ରଥମଥର ଜାତୀୟ ଜୁନିୟର ମନୋନୟନ କମିଟି ସଦଦ୍ୟ ହେବାର ସୁଯୋଗ ମିଳିଛି। ଏହି ଦାୟିତ୍ୱକୁ ନେଇ ମୁଁ ଉତ୍ସାହିତ। ପୂରା ଦେଶରେ ପ୍ରତିଭାବାନ ଜୁନିୟର କ୍ରିକେଟରଙ୍କୁ ବାଛିବା ଏତେ ସହଜ ନୁହେଁ। ଏହା ଏକ ଗୁରୁଦାୟିତ୍ୱ। ଖେଳାଳିଙ୍କ ପ୍ରଦର୍ଶନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ଭଲ ଖେଳାଳିଙ୍କୁ ସଠିକ୍‍ ଜାଗାରେ ପହଞ୍ଚାଇବା ପ୍ରାଥମିକତା ରହିବ। ଭଲ ଖେଳାଳିଙ୍କୁ ଚିହ୍ନଟ କରିବା ପ୍ରଥମ ଲକ୍ଷ୍ୟ ହେବା ସହିତ ଓଡ଼ିଆ ଖେଳାଳିଙ୍କ ଉପରେ ନଜର ରହିବ। କମିଟି ଯେଉଁ ଆସ୍ଥା ପ୍ରକଟ କରିଛି, ଉକ୍ତ ଦାୟିତ୍ୱକୁ ନିରପେକ୍ଷ ଭାବେ ସମ୍ପାଦକ କରିବି। ଜାତୀୟ ଜୁନିୟର ଦଳର ମନୋନୟନ ଦାୟିତ୍ୱ ମିଳିଛି। ସିନିୟର ମନୋନୟନକାରୀ ହେବା ପାଇଁ ସେଭଳି କୌଣସି ଲକ୍ଷ୍ୟ ନାହିଁ। ତଥାପି ସିନିୟର ମନୋନୟନ ଦାୟିତ୍ୱ ମିଳିଲେ ଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଓଡ଼ିଶା ରଣଜୀ ଦଳର ନୂତନ ପ୍ରଶିକ୍ଷକ ଭାବେ ରଶ୍ମିରଞ୍ଜନ ପରିଡ଼ାଙ୍କୁ ନିଯୁକ୍ତ କରାଯାଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଦେବାଶିଷ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱର ସହିଦ୍‍ ସ୍ପୋର୍ଟିଂ କ୍ଲବ୍‌ରେ କ୍ରିକେଟ ଖେଳିବା ଆରମ୍ଭକରି ଦେବାଶିଷ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପକ୍ଷରୁ ଟେଷ୍ଟ ଓ ଏକଦିବସୀୟ ମ୍ୟାଚ ଖେଳିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories