www.samajalive.in
Sunday, December 14, 2025
26.1 C
Bhubaneswar

ରାଜପୁତ ଜିମ୍ବାୱେ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ

ମୁମ୍ବଇ: ଜିମ୍ବାୱେ କ୍ରିକେଟ ବୋର୍ଡ ପକ୍ଷରୁ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଲାଲଚାନ୍ଦ ରାଜପୁତଙ୍କୁ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଭାବେ ନିଯୁକ୍ତ କରାଯାଇଛି। ଶନିବାର ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ ମେ’ରେ ଘରୋଇ ମାଟିରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜ ଓ ପରବର୍ତ୍ତୀ ସମୟରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ନିମନ୍ତେ ରାଜପୁତଙ୍କୁ ଜିମ୍ବାୱେ ଦଳର କାମଚଳା ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ରାଜପୁତ ଭାରତ ପକ୍ଷରୁ କେବଳ ୨ଟି ଟେଷ୍ଟ ଓ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। କ୍ରିକେଟରୁ ଅବସର ପରେ ରାଜପୁତ ପ୍ରଥମେ ୧୯ ବର୍ଷରୁ କମ ଭାରତୀୟ ଦଳର ପ୍ରଶିକ୍ଷକଭାବେ କାର୍ଯ୍ୟ କରିଥିଲେ। ୨୦୦୮ରେ ସେ ମୁମ୍ବଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ୨୦୧୬ରେ ସେ ଆଫଗାନିସ୍ତାନ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories