www.samajalive.in
Sunday, December 14, 2025
26.1 C
Bhubaneswar

ଦୂରଦର୍ଶନ ନିର୍ବାଚନୀ ବକ୍ତବ୍ୟରୁ ‘ଆରଏସଏସ’ ଶବ୍ଦ ଅପସାରଣ ନେଇ ସିପିଆଇର ଆପତ୍ତି

ନୂଆଦିଲ୍ଲୀ: ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ନିର୍ବାଚନୀ ଅଭିଯାନ ବକ୍ତବ୍ୟରୁ କିଛି ଶବ୍ଦ ହଟାଇବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଅଗ୍ରାହ୍ୟ କରିବା ସହ ଏ ନେଇ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବ ବୋଲି କହିଛି। ସିପିଆଇ ସଚିବ ବିନୟ ବିଶ୍ୱମ କହିଛନ୍ତି, ପ୍ରସାର ଭାରତୀର ନିରୀକ୍ଷଣ କମିଟି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଆଧାରରେ ନିର୍ବାଚନୀ ଅଭିଯାନ ବକ୍ତବ୍ୟରୁ ‘ଆରଏସଏସ’ ଏବଂ ‘ଫାସିବାଦ ବିଚାରଧାରା’ ଭଳି ଶବ୍ଦ ହଟାଇବାକୁ ନେଇ ଦେଇଥିବା ନିର୍ଦ୍ଦେଶକୁ ପାର୍ଟି ବିରୋଧ କରିଛି। ବିଶ୍ୱମ କହିଛନ୍ତି ଯେ ଆକାଶବାଣୀରେ ପାର୍ଟିର ନିର୍ବାଚନୀ ଅଭିଯାନ ବକ୍ତବ୍ୟ ରେକର୍ଡିଙ୍ଗ ଶେଷ ହୋଇସାରିଥିବ ବେଳେ ଦୂରଦର୍ଶନ କିଛି ଶବ୍ଦ ଅପସାରଣ କରିବାକୁ କହିଛି।

ପ୍ରସାର ଭାରତୀ ବିଜେପିର ମୋଦୀ ସରକାରଙ୍କ ଇଙ୍ଗିତରେ ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ପ୍ରସାର ଭାରତୀର ଏଭଳି କାର୍ଯ୍ୟଶୈଳୀ ଦ୍ୱାରା ରାଜନୈତିକ ଦଳ ନାଗରିକଙ୍କ ପାଖରେ ନିଜର ଚିନ୍ତାଧାରା ପ୍ରକଟ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories