www.samajalive.in
Sunday, December 14, 2025
26.1 C
Bhubaneswar

ଭିନ୍ନକ୍ଷମ ମତଦାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

କଟକ : ଭିନ୍ନକ୍ଷମମାନଙ୍କୁ ଭୋଟଦାନ ପ୍ରକିୟାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମମାନେ କିପରି ସୁବିଧାରେ ମତଦାନ କରିବେ, ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିବା, ପରିବହନ ସୁବିଧା, ଭିନ୍ନକ୍ଷମଙ୍କ ପାଇଁ ର‍୍ୟାମ୍ପ ଓ ହୁଇଲ ଚେୟାର ବ୍ୟବସ୍ଥା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବାପାଇଁ ସ୍ୱଚ୍ଛାସେବୀ ନିୟୋଜିତ କରିବା ବିଷୟରେ ଆଲୋଚନା ହୋଇଥିଲା। ସେହିପରି ଭିନ୍ନକ୍ଷମଙ୍କର ଭୋଟ ଦେବା ଶୈଳୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ‘ସହାୟ’ ଓ ଜିଲା ପ୍ରଶାସନ ମିଳିତ ସହଯୋଗରେ ସହାୟ ଅନୁଷ୍ଠାନରେ,କଟକ ଶୈଳବାଳା ମହିଳା ମହାବିଦ୍ୟାଳୟଏବଂ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

- Advertisement -

‘ସହାୟ’ ସମ୍ପାଦିକା ମୃଣାଳୀନି ପାଢୀଙ୍କ ଅଧ୍ୟକ୍ଷତାରେ ଏହିସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର କ୍ରିଷ୍ଣାଦେବା ରାଓ, ଓଡ଼ିଶା ସରକାରଙ୍କ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ସନ୍ୟାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହାୟର ଅଧ୍ୟକ୍ଷ ଶାନ୍ତିମଞ୍ଜରୀ ସାହୁ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories