www.samajalive.in
Saturday, December 6, 2025
23.1 C
Bhubaneswar

ବାଲି ବୋଝେଇ ହାଇୱାରେ ଚାପି ହୋଇଗଲେ ସାତଟି ଗାଈ, ଦଶ ଘଣ୍ଟା ଧରି ପଡ଼ିରହିଲା ଗାଈଙ୍କ ମୃତଦେହ

ରେଙ୍ଗାଲିକ୍ୟାମ୍ପ : ଗୋଡ଼ଭଗାପ ତୁରୁମ ୫୪ନମ୍ୱର ରାଜ୍ୟ ରାଜପଥରେ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଗତ କାଲି ଏହି ରାସ୍ତାରେ ହାଇୱା ସହ ବାଇକ୍ ପିଟି ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଆଜି ପୁଣି ସେଇ ରାସ୍ତାରେ ପୃଥକ ପୃଥକ ଜାଗାରେ ୭ଟି ଗାଈ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ରାସ୍ତାଦେଇ ଚୋରା ବାଲି ବୋଝେଇ ହାଇୱା ପ୍ରତିଦିନ ଭୋରରୁ ଯିବା ଆସିବା କରୁଛି ଏହି ଭାରି ଯାନଗୁଡ଼ିକ ଅନେକଙ୍କ ଜୀବନ ନେଲାଣି ତଥାପି ପୋଲିସ ଓ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବା ପଛରେ କିଛି ସ୍ୱାର୍ଥ ରହିତ ରହସ୍ୟ ଅଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ଆଜି ସାତ ସାତଟି ନିରୀହ ଜୀବନ ଚାଲିଯାଇଛି। ଆଜିର ଏଇ ଦୁର୍ଘଟଣାରୁ ଅନୁମାନ କରାଯାଉଛି ଯେ ରାସ୍ତାରେ ଗାଈମାନେ ସୋଇଥିବା ସମୟରେ ଗାଡ଼ିଟି ଚାପି ଚାପି ଯାଇଛି ସମସ୍ତଙ୍କୁ। କିନ୍ତୁ ପରିତାପର ବିଷୟ ଯେ ଦୀର୍ଘ ଘଣ୍ଟା ଧରି ଗାଈଙ୍କ ମୃତ ଶରୀର ରାସ୍ତାରେ ପଡିରହି ଭିବିଶିକା ପାଲଟିଥିଲା । ତେବେ ସ୍ଥାନୀୟ ପୋଲିସ ର କଣ୍ ଏଥିପାଇଁ କୌଣସି କର୍ତ୍ତବ୍ୟ ନାହିଁ କି? ପୋଲିସର ଏମିତି ନିରବତା ଜଣ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୋଲିସର ଅପାରଗତାକୁ ଇଙ୍ଗିତ କରୁଛି। ଯାହା ସ୍ଵାଭାବିକ ଅଟେ। ତେବେ ଦେଖାଯାଉ ପୋଲିସ କଣ ପଦକ୍ଷେପ ନେଉଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories