www.samajalive.in
Saturday, December 6, 2025
26.1 C
Bhubaneswar

ନୟାଗଡ ସାମ୍ବାଦିକଙ୍କୁ ମାଡ ଘଟଣାର ନିନ୍ଦା

ଆଠଗଡ : ନୟାଗଡରେ ୨ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଅଧିକାରୀଙ୍କ ମାଡ ମରା ଘଟଣାକୁ ଆଠଗଡର ୨ଟି ସାମ୍ବାଦିକ ସଂଘ ପୃଥକ ପୃଥକ ଭାବେ ବୈଠକ କରି ତୀବ୍ର ନିନ୍ଦା କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ନୟାଗଡରେ ସାମ୍ବାଦିକଙ୍କୁ ମାଡ ଘଟଣାରେ ତୀବ୍ର ନିନ୍ଦା କରାଯାଇଥିଲା। ଏହି ଘଟଣା ଘଟିବା ଓ ଥାନାରେ ଏତଲା ଦିଆଯିବାର ୨ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଅବକାରୀ ଅଧିକାରୀଙ୍କ ବିରୋଧରେ କାହିଁକି ଓ କାହା ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଉପସ୍ଥିତ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏଥି ସହିତ ସଂପୃକ୍ତ ଅଧିକାରୀଙ୍କୁ ଗିରଫ କରିବା ସହ ନିଲମ୍ବନ କରିବା ପାଇଁ ରାଜ୍ୟସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ। ଏହି ବୈଠକରେ ସାମ୍ବାଦିକ ମନୋରଞ୍ଜନ ମହାପାତ୍ର, ସତ୍ୟପ୍ରସାଦ ରଥ, ଅର୍ଦ୍ଧେନ୍ଦୁ ମହାନ୍ତି, ନୀଳକଣ୍ଠ ଦୋରା, ଚନ୍ଦ୍ରଶେଖର ମିଶ୍ର, ମନୋରଞ୍ଜନ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ସେହିପରି ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅନୁରୁପ ଭାବେ ଦୋଷୀ ଅବକାରୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ପଣ୍ଡା, ସଚ୍ଚିଦାନନ୍ଦ ପଣ୍ଡା, ସନ୍ତୋଷ ବାରିକ, ବିଜୟ ନାୟକ ଓ ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇ ଘଟଣାକୁ ନିନ୍ଦା କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories