www.samajalive.in
Saturday, December 6, 2025
14.1 C
Bhubaneswar

ବଳଦ ବୋଝେଇ ଟାଟା ଏସି ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାମଚନ୍ଦ୍ର ପୁର ଗ୍ରାମବାସୀ ଆଜି ସକାଳୁ ଏକ ବଳଦ ବୋଝେଇ ଟାଟା ଏସି ଗାଡ଼ି କୁ ଜବତ କରିଛନ୍ତି । ଗାଡ଼ିରେ ୩ ଟି ବଳଦ ଓ ଗୋଟିଏ ଗାଈ ଥିବା ଜଣାପଡିଛି । ଆଜି ସକାଳୁ ଗାଡିରେ ବଳଦ ବୋଝେଇ କରି ଯାଉଥିବା ସମୟରେ ରାମଚନ୍ଦ୍ର ପୁର ନିକଟରେ ଗାଡ଼ିରେ ବଳଦ ଥିବା ଦେଖି ଗ୍ରାମବାସୀ ଗାଡିଟିକୁ ଅଟକ ରଖି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରି ଗାଡ଼ିରେ ଥିବା ୩ ଟି ବଳଦ ଓ ଗୋଟିଏ ଗାଈକୁ ଜବତ କରିଛନ୍ତି । ଜବତ ଗାଡିଟି ଢେଙ୍କିକୋଟର ବୋଲି ଜଣାପଡିଛି । ତେବେ ଜବତ ୪ଟି ଗୋରୁ କରଞ୍ଜିଆ ଗୋ ଶାଳାରେ ଛାଡି ଥିବା ତୁରୁମୁଙ୍ଗା ଥାନା ସବ୍ ଇନ୍ସପେକ୍ଟର ସୁଶାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories