www.samajalive.in
Saturday, December 6, 2025
23.1 C
Bhubaneswar

ତୈଳ ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ୪ଘଣ୍ଟିଆ ଧାରଣା

ନବରଙ୍ଗପୁର : ଡିଜେଲ ଓ ପେଟ୍ରୋଲର ଅତ୍ୟଧିକ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିଙ୍କ ଡାକରା କ୍ରମେ ଆଜି ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ୪ଘଣ୍ଟା ପାଇଁ ଧାରଣା ଦିଆଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ମଧ୍ୟ ମାଝୀଗୁଡା ସ୍ଥିତ ପେଟ୍ରୋଲ ପମ୍ପରେ ଧାରଣା ଦେଇଛି। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ଉପସ୍ଥିତିରେ ମାଝୀଗୁଡା ସ୍ଥିତ ପେଟ୍ରୋଲ ପମ୍ପରେ ସକାଳ ୭ଟାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ଦିବା ୧୧ଘଣ୍ଟା ପର୍ୟ୍ୟନ୍ତ ଧାରଣା ଦିଆଯିବାର ସୂଚନା ଦିଆଯାଇଛି ।
କଂଗ୍ରେସର ଅଭିଯୋଗ ପ୍ରକାରେ ଦେଶରେ ୨୦୧୪ ମସିହାରେ ପେଟ୍ରୋଲ ଦର ୬୧ ଟଙ୍କା ରହିଥିବା ବେଳେ ବର୍ତମାନ ଏହା ଅତ୍ୟଧିକ ବୃଦ୍ଧି ପାଇଁ ୧୦୧.୨୧ ଟଙ୍କା ହୋଇଛି । ଯାହାକି ସେଞ୍ଚୁରୀ ପାର କରିଥିବା ଅଭିଯୋଗ ଆଣିଛନ୍ତି । ସେହିଭଳି ଡିଜେଲ ଦର ୬୧.୦୬ ଓ ଗ୍ୟାସ ସିଲିଣ୍ଡର ଦର ୪୧୯ଟଙ୍କା ରହିଥିଵା ବେଳେ ବର୍ତମାନ ଏହା ୯୮.୦୪ଟଙ୍କା ଓ ୮୩୭.୫୨ଟଙ୍କା ରହିଥିବା କହିଛନ୍ତି ।ତୁରନ୍ତ ତୈଳ ଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ପ୍ରତିବାଦ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories