www.samajalive.in
Monday, December 15, 2025
27.1 C
Bhubaneswar

କରେନା ଟିକାକରଣ : ଦିଆଗଲାଣି ୨୩.୧୩ କୋଟିରୁ ଅଧିକ ପାନ ଟିକା

ନୂଆଦିଲ୍ଲୀ :  ଦେଶରେ ୨୩କୋଟିରୁ ଅଧିକ କୋଭିଡ ଟିକାକରଣ କରି ଭାରତ ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଏ ପର୍ଯ୍ୟନ୍ତ ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ପାନ ଟିକା ଦିଆଯାଇ ସାରିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ଗୋଟିଏ ଦିନରେ ୩୩ ଲକ୍ଷ ୫୩ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି। ସେଥିମଧ୍ୟରୁ ୨୮ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୨ ଲକ୍ଷ ୪୯ହଜାରରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି। ସେହିପରି ୧୮ରୁ ୪୪ବର୍ଷ ବୟସ ବର୍ଗର ୧୬ଲକ୍ଷ ୧୯ହଜାର ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୪୧ ହଜାରରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଙ୍କୁ ୩୩.୫%, ୪୫-୬୦ ବର୍ଷ ବୟସ୍କ ଙ୍କୁ ୪୨.୧% ଓ ୧୮-୪୪ ବର୍ଷ ବୟସ୍କ ଙ୍କୁ ୨୪.୪% ଟିକାଦାନ କରାଯାଇଛି।

ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ଦିନଠାରୁ ୩୭ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ୨ କୋଟି ୭୬ ଲକ୍ଷରୁ ଅଧିକ ଏହି ବର୍ଗର ହିତାଧିକାରୀ ଟିକାନେଇଛନ୍ତି। ମନ୍ତ୍ରଣାଳୟ କହିଛି, ବିହାର, ଦିଲ୍ଳୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୮ରୁ ୪୪ବୟସ ବର୍ଗର ୧୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories