www.samajalive.in
Monday, December 15, 2025
26.1 C
Bhubaneswar

ଟିକାକରଣ ଅଭିଯାନ : ଟିକା ନେଲେଣି ୩୪ କୋଟି ୭୬ହଜାରରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ଅଭିଯାନ ଜୋରଦାର ହୋଇଛି। ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ଏ ପର୍ଯ୍ୟନ୍ତ ୩୪ କୋଟି ୭୬ହଜାର ୨୩୨ ପାନ କୋଭିଡ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୪୨ ଲକ୍ଷ ୬୪ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି। ୨୭ କୋଟି ୯୫ ଲକ୍ଷ ଲୋକ ପ୍ରଥମ ପାନ ଟିକା ନେଇଥିବାବେଳେ ୬ କୋଟି ୬ ଲକ୍ଷରୁ ଅଧିକ ଲୋକଙ୍କୁ ଏଯାବତ ଦ୍ବିତୀୟ ପାନ ଟିକା ଦିଆଯାଇଛି।

ସେଥିମଧ୍ୟରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୧ କୋଟି ୭୪ଲକ୍ଷ ପାନ ଟିକା ଦିଆଯାଇଥିବା ବେଳେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ୨
କୋଟି ୭୦ ଲକ୍ଷ ପାନ ଟିକା ଦିଆଯାଇଛି। ସେହିଭଳି ୧୮ରୁ ୪୪ ବର୍ଷ ବୟସ ବୟସର ବ୍ୟକ୍ତିମାନଙ୍କୁ ୯ କୋଟି ୬୩ଲକ୍ଷ ପାନ ଟିକା ଦିଆଯାଇଛି। ୪୫ରୁ ୫୯ ବର୍ଷ ବୟସର ୧୦ କୋଟି ୬୦ଲକ୍ଷ ପାନ ଟିକା ଦିଆଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କୁ ୯ କୋଟି ୨୬ଲକ୍ଷ ପାନ ଟିକା ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories