www.samajalive.in
Sunday, December 14, 2025
15.1 C
Bhubaneswar

‘କୋଭିଡ ଟିକାଦାନ ଅମୃତ ମହୋତ୍ସବ’ ଜନ ଅଭିଯାନ ଭାବେ କାର୍ଯ୍ୟକାରୀ ହେଉଛି : ମନସୁଖ ମାଣ୍ଡଭ୍ୟ

୨୧୧ କୋଟିରୁ ଅଧିକ ଡୋଜ ଟିକା ପ୍ରଦାନ ଜନ ଭାଗିଦାରୀ ଓ ଦେଶର ସମ୍ମିଳିତ ଇଚ୍ଛା ଶକ୍ତିକୁ ପ୍ରଦର୍ଶିତ କରୁଛି : ଡକ୍ଟର ମାଣ୍ଡଭ୍ୟ

ପ୍ରତିଦିନ ହାରାହାରି ୨୨ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଟିକା ଦିଆଯାଉଛି

ସମଗ୍ର ଦେଶରେ ୮.୮ଲକ୍ଷରୁ ଅଧିକ ଟିକାଦାନ କେନ୍ଦ୍ର କାର୍ଯ୍ୟ କରୁଛି

ନୂଆଦିଲ୍ଲୀ :  ଦେଶରେ ୨୧୧ କୋଟିରୁ ଅଧିକ କୋଭିଡ ଟିକା ଲୋକଙ୍କୁ ଦିଆଯିବା ସହିତ ଦେଶ ଟିକାକରଣ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ସମ୍ପର୍କରେ ସୂଚନାଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ଓ ପ୍ରଗତିଶୀଳ ନେତୃତ୍ୱ ବଳରେ ଦେଶର ମିଳିତ ଇଚ୍ଛାଶକ୍ତି ଦ୍ୱାରା ଜନ ଭାଗିଦାରୀ ମାଧ୍ୟମରେ ଭାରତ ଏହି ସଫଳତା ଅର୍ଜନ କରିଛି ।

“କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ଗତ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା । ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କାଳରେ ଲୋକଙ୍କୁ ପ୍ରିକସନ ବା ବୁଷ୍ଟର ଭାବେ ୧୮ବର୍ଷ ବୟସରୁ ଅଧିକ ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାମାସ (ସେପ୍ଟେମ୍ବର) ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

- Advertisement -

ଶୁକ୍ରବାର ସୁଦ୍ଧା ଏହି ଅଭିଯାନ ୪୨ ଦିନରେ ପ୍ରବେଶ କରିଛି । ଏଯାଏ ୧୪.୭ କୋଟି ବୁଷ୍ଟର ଡୋଜ ଲୋକଙ୍କୁ ଦିଆଯାଇଛି । ସେଥିମଧ୍ୟରେ ଏହି ଅଭିଯାନ କାଳରେ ଅତିରିକ୍ତ ୯.୬କୋଟି ବୁଷ୍ଟର ଡୋଜ ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ଦୈନିକ ହାରାହାରି ଟିକା ପ୍ରଦାନ (ଡୋଜ ସଂଖ୍ୟା) ୨୭.୭୭ ଲକ୍ଷକୁ ବୃଦ୍ଧି ପାଇଛି । ଅଭିଯାନର ଆରମ୍ଭ ପୂର୍ବରୁ ଏହି ଦୈନିକ ଡୋଜ ପ୍ରଦାନ ହାର ଥିଲା ୧୧. ୪ଲକ୍ଷ । ଏଥିରେ ହାରାହାରି ଦୈନିକ ବୁଷ୍ଟର ଡୋଜ ପ୍ରଦାନ ସଂଖ୍ୟା ୨୨ଲକ୍ଷରେ ପହଞ୍ଚିଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନ୍‌ଟିଏଜିର ସୁପାରିଶ କ୍ରମେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ‘କୋର୍ବେଭାକ୍ସ’କୁ ହେଟରଲୋଗସ ପ୍ରିକସନ ଡୋଜ ଭାବେ ସାମିଲ କରାଯାଇଛି । ଏହା କୋଭାସିଲ୍ଡ ଓ କୋଭାକ୍ସିନର ସମଜାତୀୟ ନ ହେଲେ ମଧ୍ୟ ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ଏହା ବୁଷ୍ଟର ଡୋଜଭାବେ ବ୍ୟବହୃତ ହେଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ବୁଷ୍ଟର ଡୋଜ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ଏବଂ ଏହି ଟିକାର ଅଭାବ ନାହିଁ । ଏବେ ଦ୍ୱିତୀୟ ଡୋଜ ଟିକା ନେବାର ୨୬ ସପ୍ତାହ ବା ୬ମାସ ପରେ ବୁଷ୍ଟର ଡୋଜ ନେଇ ହେବ ।

କେନ୍ଦ୍ର ସରକାରଙ୍କ ‘କୋଭିଡ ଟିକାଦାନ ଅମୃତ ମହୋତ୍ସବ ଜନ ଅଭିଯାନ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି ।  ଏହି ପ୍ରକ୍ରିୟାରେ ଜନସାଧାରଣଙ୍କୁ ବିପୁଳ ଭାବେ ସାମିଲ କରାଯାଉଛି । ସମଗ୍ର ଦେଶରେ ଏଥିପାଇଁ ୮, ୮୬, ୫୮୫ ସ୍ୱତନ୍ତ୍ର ଟିକାଦନା କେନ୍ଦ୍ର ଖୋଲାଯାଇଛି । ସେଥିମଧ୍ୟରୁ  ରେଳଷ୍ଟେସନରେ ୪୦୫୨, ବସ୍ ଷ୍ଟାଣ୍ଡରେ ୮୭୭୬,  ବିମାନବନ୍ଦରରେ ୩୬୭, ସ୍କୁଲ ଓ କଲେଜରେ ୧, ୧୧, ୭୦୦, ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବା ରାସ୍ତାରେ ୪୬୫୪ ଓ ଅନ୍ୟାନ୍ୟ ସ୍ଥାନରେ ୭, ୫୭, ୦୩୬ଟି ଟିକାଦାନ କେନ୍ଦ୍ର ଅନ୍ତର୍ଭୁକ୍ତ । ଚାରିଧାମ  ଯାତ୍ରା ବାଟରେ ଉତ୍ତରାଖଣ୍ଡ, ଅମରନାଥ ଯାତ୍ରା ପାଇଁ ଜାମ୍ମୁ ଓ କାଶ୍ମୀର, କାଉଡିଆ ଯାତ୍ରା ନିମନ୍ତେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମେଳା ମହୋତ୍ସବ ସ୍ଥଳରେ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସରକାରଙ୍କ ବ୍ୟାପକ ଜନୁ ସଚେତନତା ଅଭିଯାନ ଫଳରେ ଦେଶବ୍ୟାପୀ କୋଭିଡ ବୁଷ୍ଟର ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଏହି ସ୍ୱତନ୍ତ୍ର ଟିକାଦାନ ଅଭିଯାନକୁ ନିବିଡଭାବେ ନିରୀକ୍ଷଣ କରୁଛନ୍ତି । ତାଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କ ସହ ଉଚ୍ଚସ୍ତରୀୟ ବୈଠକମାନ ନିୟମିତ ଆୟୋଜନ କରାଯାଇ ଟିକାଦାନ ଅଭିଯାନର ପ୍ରଗତି ସମୀକ୍ଷା କରାଯାଉଛି। ଏଥିରେ ସମ୍ପୃକ୍ତ ପ୍ରାଦେଶିକ ସରକାର ଓ ପ୍ରଶାସନକୁ ଟିକାଦାନ ସମ୍ପର୍କରେ ଆବଶ୍ୟକ ଦିଗ୍‌ଦର୍ଶନ ଦିଆଯାଉଛି। ଏହି ପ୍ରକ୍ରିୟାକୁ ଅଧିକ ସଫଳ ଓ ସୁସଂହତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯଥାସମ୍ଭବ ଯୋଗାଇ ଦେଉଛନ୍ତି । ତମାଦି(ସମୟ ଅତିକ୍ରାନ୍ତ) କୋଭିଡ ଟିକା ଯେପରି ଲୋକଙ୍କୁ ଦିଆ ନ ଯାଏ ସେଥିପାଇଁ ବିଶେଷ ନଜର ରଖିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ମଧ୍ୟ ତୀକ୍ଷ୍ମଣ ନଜର ରଖାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories