ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ୟାଙ୍କମାନଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। ପୋଲିସ ପ୍ରଶାସନ ତରଫରୁ କୋଭିଡ କଟକଣାକୁ ଜୋରଦାର କରିଥିବା ବେଳେ ମଧ୍ୟ ଗାଁ ଗହଳି ଲୋକେ ଏହାକୁ ନମାନି କାଳିଆ ଟଙ୍କା ପାଇଁ ବିଭିନ୍ନ ବ୍ୟାଙ୍କ ସମୁଖରେ ଭିଡ଼ ଜମାଇ କଟକଣାକୁ ମାନୁନାହାନ୍ତି । ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ପାପଡାହାଣ୍ଡି ୟୁନିୟନ ବ୍ୟାଙ୍କ ସମୁଖରେ।
ପାପଡାହାଣ୍ଡି ବ୍ଲକରେ କରୋନା ସଂକ୍ରମଣ ବଢି ଚାଲିଛି । ଏହି ପରିସ୍ଥିତି ରେ ବୁଧବାର ପାପଡାହାଣ୍ଡିରେ ଥିବା ୟୁନିଅନ ବ୍ୟାଙ୍କ ଓଫୋ ଇଣ୍ଡିଆ/ଆନ୍ଧ୍ର ବାଙ୍କ ଗ୍ରାହକମାନେ ପ୍ରବଳ ଭିଡ଼ କରିଥିଲେ । ଗ୍ରାହକ ମନେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ବ୍ୟାଙ୍କ ପାର୍ଶ୍ଵରେ ଥିବା ଦୋକାନ ସାମନାରେ ଭିଡ଼ ଜମାଉଥିବା ଯୋଗୁଁ ଦୋକାନୀମାନଙ୍କୁ ଜୋରିମାନା ଦେବାକୁ ପଡୁଛି । ଗହଳିକୁ ଏଡ଼ାଇବା ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ । ଏଥିଯୋଗୁଁ ପାର୍ଶ୍ଵରେ ଥିବା ଦୋକାନି ହଇରାଣ ହେଉଥିବା ଅଭିଯୋଗ କରିବା ସହ ବ୍ଲକ୍ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦୋକାନୀ ମନେ ଦାବିକରିଛନ୍ତି ।



