www.samajalive.in
Saturday, December 6, 2025
17.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୭୭.୦୯%; ସାଢେ ୪କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୮ ହଜାର ୫୮୪ ଜଣ କୋବିଡ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଦେଶରେ ଏପର୍ଯ୍ୟନ୍ତ ପାଖାପାଖି ୩୦ଲକ୍ଷ ଲୋକ କୋବିଡ୍‍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କ୍ରମାଗତ ଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମିତ ହୋଇ ଚିକିତ୍ସିତ
ହେଉଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହା ବର୍ତ୍ତମାନ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟାର ୨୧.୧୬ ପ୍ରତିଶତ
ରହିଛି।
ଅନ୍ୟପକ୍ଷରେ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ୩.୬ ଗୁଣ ଅଧିକ ରହିଛି। ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ଆରୋଗ୍ୟମାନଙ୍କ ସଂଖ୍ୟା ତୁଳନାରେ ସେପ୍ଟେମ୍ବର ପ୍ରଥମ ସପ୍ତାହର ମଧ୍ୟରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ୪ ଗୁଣ ଅଧିକ ହୋଇଛି। ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା
ରଣକୌଶଳକୁ ତ୍ୱରାନ୍ୱିତ କରାଯିବାରୁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ କୋବିଡ୍‍ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି।

ଗତ ୨୪ ଘଣ୍ଟା ଭିତରେ ଆଉ ୮୩ ହଜାର ୮୮୩ ଜଣ ନୂଆଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ କୋବିଡ୍‍ ସଂକ୍ରମଣ ୩୮ ଲକ୍ଷ ୫୩ ହଜାର ୪୦୭ ରହିଛି। ଗୋଟିଏ ଦିନରେରେ ୧ ହଜାର ୪୩ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୬୭ ହଜାର ୩୭୬ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ କୋବିଡ୍‍ ମୃତ୍ୟୁହାର ଶତକଡ଼ା ୧.୭୫%
ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷ ୧୫ ହଜାର ୫୩୮ ରହିଛି।

- Advertisement -

ଭାରତ ଗତ ୨୪ ଘଣ୍ଟା ଭିତରେ ଆଉ ୧୧ ଲକ୍ଷ ୭୨ ହଜାରରୁ ଅଧିକ ନମୁନା ପରୀକ୍ଷା କରି ଏକ ନୂଆ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ୍‍ ୪ କୋଟି ୫୫ ଲକ୍ଷ ୯ ହଜାର ୩୮୦ଟି ନମୁନା ପରୀକ୍ଷା କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories