www.samajalive.in
Sunday, December 14, 2025
14.1 C
Bhubaneswar

କରୋନା ବିରୋଧୀ ଲଢ଼େଇ​ରେ ସାମିଲ ହେଲା ‘କକ୍‌ଟେଲ ଆଣ୍ଟିବଡି’, ରୋଗୀଙ୍କ ଉପରେ ୭୦% ପ୍ରଭାବୀ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ଅନୁଷ୍ଠାନ (ଡିଆରଡିଓ)ର କରୋନା ଔଷଧ ୨-ଡିଜି ପରେ କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଆଉ ଏକ ଔଷଧ। ଦିଲ୍ଲୀରେ ଏହାର ବ୍ୟବହାର ଆରମ୍ଭ ହୋଇଛି। ଏହାର ନାମ ହେଉଛି ‘ମନୋକ୍ଲୋନାଲ ଆଣ୍ଟିବଡି’ ବା କକ୍‌ଟେଲ ଡ୍ରଗ୍ସ। ସ୍ବିଜରଲାଣ୍ଡର ଔଷଧ କମ୍ପାନୀ ରୋଶେ ଏବଂ ସିପ୍‌ଲା ଏହି ଔଷଧକୁ ଭାରତରେ ଶୁଭାରମ୍ଭ କରିଥିଲେ।

କକ୍‌ଟେଲ୍‌ ଔଷଧକୁ କରୋନା ରୋଗୀଙ୍କୁ ଦିଆଗଲେ ତାହା ସେମାନଙ୍କ ଶରୀର ଉପରେ ୭୦% ପ୍ରଭାବୀ ହୋଇଥାଏ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସମ୍ଭାବନା ହ୍ରାସ ପାଇଥାଏ ବୋଲି ଏହାର ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି।

- Advertisement -

ଆଣ୍ଟିବଡି କକ୍‌ଟେଲ ଦୁଇଟି ଔଷଧର ମିଶ୍ରଣ। ଏହାକୁ ସେବନ କରିବା ଦ୍ବାରା ରୋଗୀଙ୍କଠାରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବାର ଶକ୍ତି ବୃଦ୍ଧି କରିଥାଏ। ଏଥିରେ କାସିରିଗଭିମାବ ଏବଂ ଇମଦେଭିମାବ ଔଷଧ ମିଶ୍ରଣ କରାଯାଇଛି। ଏହି ଦୁଇଟି ଔଷଧର ୬୦୦-୬୦୦ ମିଲିଗ୍ରାମ ମିଶ୍ରଣ କରି ଆଣ୍ଟିବଡି କକ୍‌ଟେଲ ଔଷଧ ପ୍ରସ୍ତୁତ କରାଯାଇଥାଏ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଔଷଧ କରୋନା ଭୂତାଣୁକୁ ମଣିଷ ଶରୀରର କୋଷିକାଗୁଡ଼ିକ ଭିତରକୁ ପ୍ରବେଶ କରିବାରେ ରୋକିଥାଏ, ଯାହାଦ୍ବାରା ଭୂତାଣୁକୁ ପୋଷଣ ମିଳି ନ ଥାଏ, ଫଳରେ ଭୂତାଣୁ ବଂଶବିସ୍ତାର କରିପାରି ନ ଥାଏ।

ଏହା ଏକପ୍ରକାର ରୋଗପ୍ରତିରୋଧକ ଶକ୍ତି ବର୍ଦ୍ଧକ ଔଷଧ। କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହେବାର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଯାଇଥାଏ। ଏହି ଔଷଧ ଦେବା ଲାଗି ୨୦ରୁ ୩୦ ମିନିଟ ସମୟ ଲାଗିଥାଏ। ଔଷଧ ଦିଆଯିବା ପରେ ରୋଗୀଙ୍କୁ କିଛି ସମୟ ପାଇଁ ନିରୀକ୍ଷଣରେ ରଖାଯାଇଥାଏ, ଯେପରି କି ଟିକା ଦେବା ପରେ ରଖାଯାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories