www.samajalive.in
Thursday, December 11, 2025
15.1 C
Bhubaneswar

କରୋନା କଟକଣା କୁ ଫୁ, ଭିଡ଼ ଜମାଇ ପାଳନ କଲେ ପୂଜାପାଠ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ନୂଆକୋଟ ପଂଚାୟତର ଦହଣlମାଲ ଗ୍ରାମରେ ମଙ୍ଗଳବାର ରାତ୍ରରେ କରୋନା କଟକଣା କୁ ଫୁ କରି ଅଲେଖ ଧର୍ମାବଲମ୍ବୀଙ୍କ ତରଫରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଜମାକାରୀ ଏକ ମହାଯଜ୍ଞର ଆୟୋଜନ କରାଯାଇଥିଲା। କରୋନା ପରି ମହାମାରୀକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରି ଅମାନିଆ ବିରୁଦ୍ଧରେ କଦକାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଖୋଲାଖୋଲି ଭାବରେ ଏଠି ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଅଛି।

ସୂଚନା ମୁତାବକ ଦହଣାମାଲ ଗ୍ରାମରେ ଅଲେଖ ଧର୍ମବଲମ୍ବୀ ଭକ୍ତଙ୍କ ତରଫରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ରାତ୍ରରେ ଶହ ଶହ ସ୍ତ୍ରୀ ଲୋକେ ଏକାଠି ହୋଇ ମୁଣ୍ଡରେ କଳସ ଶହ ଦୀପ ଧରି ଏକ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ଅଲେଖ ଧର୍ମର ଭକ୍ତ ଉପସ୍ଥିତ ଥିଲେ। ମହାଆଡମ୍ବରରେ ମାଇକ ଲଗାଇ ପୂଜାର୍ଚନା କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ରାତ୍ର ୧ ଘଣ୍ଟା ସମୟରେ ଘଟଣା ସ୍ଥଳରେ ପହଂଚି ଭିଡ଼କୁ କାବୁ କରିବା ସହ ଲୋକଙ୍କୁ ଘଉଡ଼ାଇ ଥିଲା। ସେଠାକାର ପୂଜା ଦାୟିତ୍ୱରେ ଥିବା ବ୍ୟକ୍ତିମାନଂକୁ ଥାନାକୁ ଡାକି ପଚରା ଉଚରା କରୁଥିବା ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ କହିଛନ୍ତି। ଏବଂ ତାଙ୍କ କହିବା ଅନୁଯାଇ ସେମାନେ ପୂଜାପାଇଁ କୌଣସି ଅନୁମତି ଥାନାରେ ଲିଖିତ ଦେଇନଥିବା କହିଛନ୍ତି। ଏପଟେ ପଲ୍ଲୀ ଅଂଚଳମାନଙ୍କରେ ପୋଲିସ ପ୍ରଶାସନ ପହଂଚି ପାରୁନଥିବା ର ସୁଯୋଗ ନେଇ ଗ୍ରାମାଞ୍ଚଳମାନଙ୍କରେ ଯାନୀ ଯାତ୍ରା ଏବଂ ବାହାଘର ଆଦି କରି ଭିଡ଼ ଜମାଇ ସଂକ୍ରମଣକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories