www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ୍‌-୧୯ ଦ୍ୱିତୀୟ ଲହରୀ ଉପରେ ସଚେତନତା ପାଇଁ ଲୋକାର୍ପିତ ହେଲା ସଚେତନତା ରଥ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ଉପରେ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା ରଥର ଲୋକାର୍ପଣ କରାଯାଇଛି। ସ୍ଥାନୀୟ
ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜସ୍ୱ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସଂସ୍କୃତି ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ପ୍ରୋଜେକ୍ଟ ହୋପ୍‌ର ପ୍ରକଳ୍ପ ସଂଯୋଜକ ଆଲୋକ କୁମାର ମହାନ୍ତି, ମାଇଁ ହାର୍ଟର ଉପଦେଷ୍ଟା ଡ. ପ୍ରବୋଧ କୁମାର ମିଶ୍ର, ମାଇଁ ହାର୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ଶକ୍ତିଧର ସାହୁ, ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦେଶକ ନବୀନ ନାୟକ ଏବଂ ୟୁନିସେଫ୍‌ର ରାଜ୍ୟ ସଂସ୍କୃତି ସଂଯୋଜକ ବାସୁଦେବ ମାଳବିଶୋଇଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି।


ଏହି ଅଭିଯାନ ନିମନ୍ତେ ଆଠଗୋଟି ଯାନକୁ ସୁସଜ୍ଜିତ କରି ଯାନରେ ଭିଡ଼ିଓ ଓ ଦୃଶ୍ୟଶ୍ରାବ୍ୟର ବ୍ୟବସ୍ଥା ଥାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଛି। ଏହି ରଥଗୁଡ଼ିକ ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଏହି ଚାରୋଟି ଜିଲ୍ଲାରେ ଆଗାମୀ ତିନି ମାସ ଧରି ସଚେତନତା କାର୍ଯ୍ୟ କରିବ। ପ୍ରତ୍ୟେକ ଜିଲ୍ଲାକୁ ଦୁଇଟି ଲେଖାଏଁ ରଥ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଛି। ଉତ୍ସର୍ଗୀକୃତ ତିନିଟି ସଚେତନତାଧର୍ମୀ ସଂଗୀତରୁ ‘ଭାଙ୍ଗିବା ଲକ୍‌ଡାଉନ୍‌, ଭାଙ୍ଗିବା ସଟ୍‌ଡାଉନ୍‌’ ଏବଂ ‘କେଉଁ ବେଳାରେ ଆସିଲା ଏହି କରୋନା ଭୂତାଣୁ’କୁ ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ ଓ ତୃତୀୟ ଗୀତ ‘ଆସରେ ଆସ କରିବା ପଣ’କୁ ବାସୁଦେବ ମାଳବିଶୋଇ ରଚନା କରିଛନ୍ତି। ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ସତ୍ୟଜିତ ଓ ରଶ୍ମି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories