www.samajalive.in
Monday, December 15, 2025
26.1 C
Bhubaneswar

କରୋନା ଲେଉଟିବା ଭୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଜି.ଉଦୟଗିରି : ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଜି.ଉଦୟଗିରି ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ପୂର୍ବରୁ ଏନଏସି  ଘୋଷଣା କରିଥିବା ବେଳେ ଗତ ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଆଠ ଗୋଟି ପଞ୍ଚାୟତରେ ବାସ କରୁଥିବା ଜନସାଧାରଣଙ୍କୁ ସଚେତନତା କରାଯାଇଛି। ଗୁରୁବାର ଅନ୍ତିମ ଦିବସରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତରେ ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର,ସିଡିପିଓ ସାବିତ୍ରୀ ମଲ୍ଲିକ,ପିଇଓ ପ୍ରମୁଖ ପହଞ୍ଚି ଲୋକଙ୍କୁ ସଚେତନ କରାଇଥିଲେ।
ମୁହଁରେ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର କରିବା, ଅଯଥା ଗହଳି ନକରିବା ସହ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କହିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ,ଓ୍ବାର୍ଡ ସଭ୍ୟ,ଆଶା,ଅଙ୍ଗନଓ୍ବାଡି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜନସାଧାରଣଙ୍କୁ କୋଭିଡ ନିୟମ ମାନିବା ପାଇଁ ବୁଲିବୁଲି ତାଗିଦ କରୁଥିବାର ଦେଖିବାକୁ ମିଳିଥିଲା।କରୋନା ପଞ୍ଚସୂତ୍ରୀ ନିୟମରେ ଖିଲାପ କଲେ ଅମାନିଆ ମାନଙ୍କୁ ଆଗକୁ ଉଚିତ ଦଣ୍ଡ ଦିଅଯିବ ବୋଲି ତାଗିଦ କରିବା ସହ  ଲୋକଙ୍କୁ ବେଳୁହୁଁ ସାବଧାନ ହୋଇ ରହିବାକୁ ସତର୍କ କରାଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories