www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଯୋଦ୍ଧା ସମ୍ମାନ ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ 

ରେଙ୍ଗାଲିକେମ୍ପ :  ଗୋଡଭଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ ସେବା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବୁଧବାର  କରୋନା ସଚେତନତା ଓ କରୋନା ଯୋଦ୍ଧା ସମ୍ମାନ ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସୁଷମା ସାହୁ, ଜ୍ୟୋତିର୍ମୟୀ ନାଏକ  ଓ ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ କାର୍ଯକ୍ରମରେ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ସଚେତନତା କରିବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ। ଏହି ଅବସରରେ ମହାମାରୀ ସମୟରେ ନିଜକୁ ବାଜି ଲଗାଇ ଲୋକଙ୍କ ସେବା ପାଇଁ ୩ ଜଣ ସମାଜସେବୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଜଣା ଶୁଣା ସାମାଜିକ କର୍ମୀ ମନଜିତ କୌର (ଚାଚି), ଆଦର୍ଶ ମହିଳା ସରପଞ୍ଚ କୁମେଲସିହା ତଥା ସମାଜସେବୀ ଓ କରୋନା ଯୋଦ୍ଧା ଶ୍ରୀମତୀ ୟୋତିମୟି ନାଏକ ଓ କବିତା ମାଧ୍ୟମରେ ସଚେତନତା ପାଇଁ ସୁଶାନ୍ତ କୁମାର ଶତପଥୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ଟିକା କରଣ ବିଷୟରେ ସମସ୍ତ ଙ୍କୁ ସତେତନତା କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ବାଳକୃଷ୍ଣ ସାହୁ, ସମସ୍ତ ଗୁରୁ ମା ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ୬ଟି ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସହ ମହାବିଦ୍ୟାଳୟ ମାନଙ୍କରେ ସତେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ବରଗଡ ଜିଲ୍ଲାର ଅନେକ ଗୁଡ଼ିଏ ସ୍ଥାନ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ । ଏହା ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ଲୋକଙ୍କୁ ମାଗି ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ସଭାପତି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ଅନେକ ବିଦ୍ୟାଳୟ ମାନଙ୍କରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ ଅନୁଷ୍ଟିତ ହେବ ବୋଲି ମଧ୍ୟ ଡଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି । ଶେଷରେ ଶିଶୁ ମନ୍ଦିରର ସଭାପତି ସୁଶାନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories