www.samajalive.in
Monday, December 15, 2025
26.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୭୪ ପ୍ରତିଶତ : ମୋଟ୍ ନମୁନା ପରୀକ୍ଷାର ୭.୫% ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ଗୁରୁବାର ୭୪ ପ୍ରତିଶତକୁ ବୃଦ୍ଧି ପାଇଛି।  ଦେଶର ପ୍ରାୟ ୨୧ଲକ୍ଷ ଲୋକ କୋଭିଡ୍‍-୧୯ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୯ ହଜାର ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ସଂଖ୍ୟା ୨୦ଲକ୍ଷ ୯୬ ହଜାର ୬୬୪ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ କୋଭିଡରେ ଏପର୍ଯ୍ୟନ୍ତ ସଂକ୍ରମିତମାନଙ୍କ ସଂଖ୍ୟା ୨୮ଲକ୍ଷ ୩୬ ହଜାର ୯୨୬ ରହିଛି। ବିଭିନ୍ନ ହସ୍ପିଟାଲରେ ୬ଲକ୍ଷ ୮୬ ହଜାର ୩୯୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ
ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୯୭୭ ଜଣ ମୃତ୍ୟୁ ସହ କୋଭିଡ୍‍ ମୃତ୍ୟୁସଂଖ୍ୟା ୫୩ ହଜାର ୮୬୬ରେ ପହଞ୍ଚିଛି।  ଦେଶରେ ମୃତ୍ୟୁହାର ମଧ୍ୟ କ୍ରମାନ୍ୱୟରେ ହ୍ରାସ ପାଇ ଶତକଡ଼ା ୧ ଦଶମିକ ୯ ଭାଗ ରହିଛି। ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ କମ୍‍ ରହିଛି। ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଶତକଡ଼ା ୧ ଦଶମିକ ୯ ଭାଗ ରହିଛି। ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ କମ୍‍ ରହିଛି।

- Advertisement -

ଦେଶରେ ନମୁନା ପରୀକ୍ଷା କ୍ଷମତା ବୃଦ୍ଧି କରିବାକୁ ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ନମୁନା ପରୀକ୍ଷା ୧୦ ଲକ୍ଷର ନିକଟବର୍ତ୍ତୀ ହେବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୯ଲକ୍ଷରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୯ ଲକ୍ଷ ୧୮ ହଜାର ୪୭୦ଟି ନମୁନା ପରୀକ୍ଷା କରାଯିବା ସହ ଏପର୍ଯ୍ୟନ୍ତ ମୋଟ୍‍ ୩ କୋଟି ୨୬ ଲକ୍ଷ ୬୧ ହଜାର ୨୫୨ଟି ନମୁନା ପରୀକ୍ଷା କରାଯାଇ ସାରିଛି। ସଂକ୍ରମିତମାନଙ୍କ ହାର ହ୍ରାସ ପାଇବା ସହିତ ସେମାନଙ୍କ ସଂଖ୍ୟା ମୋଟ୍‍ ନମୁନା ପରୀକ୍ଷାର ୭.୫୦ ପ୍ରତିଶତ ରହିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories