www.samajalive.in
Saturday, December 6, 2025
19.1 C
Bhubaneswar

କୋଭିଡ଼ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ବୃଦ୍ଧି : ସକ୍ରିୟ ଆରୋଗ୍ୟ ହାର ୧.୭୪%

ନୂଆଦିଲ୍ଲୀ : ଦେଶରେ କୋଭିଡ଼ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭
ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୩ ଲକ୍ଷରୁ ଅଧିକ ଲୋକ କୋଭିଡ଼ରୁ ଆରୋଗ୍ୟ ଲାଭ କଲେଣି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୮୫ ହଜାର ୬୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ ସଂକ୍ରମଣର ୧.୭୪ ଭାଗ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୫୬ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବା  ରିପୋର୍ଟ ମିଳିଛି। ଫଳରେ ମୋଟ ସଂକ୍ରମଣ ୧ କୋଟି ୬ ଲକ୍ଷ ୩୯ ହଜାର ରହିଛି। ମନ୍ତ୍ରଣାଳୟ କହିଛି, ୧୫୨ ଜଣଙ୍କର ମୃତ୍ୟୁ ଘଟିବା ସହ କୋଭିଡ଼ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୩ ହଜାର ୧୮୪ରେ ପହଞ୍ଚିଛି। ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୩୭ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ୧୯ କୋଟି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

- Advertisement -

ଅନ୍ୟପକ୍ଷରେ ଦେଶରେ ଏପର୍ଯ୍ୟନ୍ତ ମୋଟ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  କହିଛି, ଗତ ୨୪ ଘଣ୍ଟା ଭିତରେ ୩ ଲକ୍ଷ ୪୭ ହଜାରରୁ ଅଧିକ ଜଣ ପ୍ରତିଷେଧକ ଟିକା ନେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories