www.samajalive.in
Sunday, December 7, 2025
16.1 C
Bhubaneswar

ବାଲିକୁ ଗରମ କଲେ ପାଲଟିଯିବ ସୁନା; ଏପରି କହି ସୁନା ବ୍ୟବସାୟୀଙ୍କଠାରୁ ୫୦ ଲକ୍ଷ ଠକିନେଲେ ବନ୍ଧୁ

ବାଲିକୁ ଗରମ କଲେ ପାଲଟିଯିବ ସୁନା। ଏହା ହେଉଛି ପଶ୍ଚିମବଙ୍ଗର ଏକ ଯାଦୁକରୀ ବାଲି। ଏହି ବାଲିକୁ ଗୋଟିଏ ବର୍ଷ ଆଲମାରୀରେ ରଖିବା ପରେ ନିଆଁରେ ଗରମ କଲେ ତାହା ସୁନା ହୋଇଯିବ। ଏମିତି କହି ଜଣେ ସୁନା ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ବନ୍ଧୁ। ଘଟଣାଟି ହେଉଛି ମହାରାଷ୍ଟ୍ରର।

ବାଲିକୁ ଗରମ କରିବା ପରେ ତାହା ସୁନାରେ ପରିଣତ ନ ହେବାରୁ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଛନ୍ତି ପୁଣେର ହଦସପୁର ନିବାସୀ ଜଣେ ସୁନା ବ୍ୟବସାୟୀ। ସେ ଅଭିଯୋଗ କରିଛନ୍ତି ଯେ, ବର୍ଷକ ତଳେ ଜଣେ ବ୍ୟକ୍ତି ତାଙ୍କ ଦୋକାନକୁ ଆସିଥିଲେ। ଏହା ପରେ ସେ ଲଗାତାର ତାଙ୍କ ଦୋକାନକୁ ଯିବା ଆସିବା କରିଥିଲେ। ଧୀରେ ଧୀରେ ତାଙ୍କ ସହ ସମ୍ପର୍କ ବଢ଼ିଥିଲା। ଘରକୁ ଯିବାଆସିବା ଚାଲିଲା।

- Advertisement -

ସମ୍ପର୍କ ନିବିଡ଼ ହେବା ପରେ ଉକ୍ତ ବ୍ୟକ୍ତି ତାଙ୍କ ମନରେ ବିଶ୍ଵାସ ଜମାଇ କହିଥିଲା ଯେ, ପଶ୍ଚିମବଙ୍ଗରେ ଏକ ପ୍ରକାର ସ୍ବତନ୍ତ୍ର ପ୍ରକାର ଯାଦୁକରୀ ବାଲି ଅଛି। ତାକୁ ଗରମ କଲେ ତାହା ସୁନା ହୋଇଯାଏ। ପରେ ଅଭିଯୁକ୍ତ ବ୍ୟକ୍ତି ସୁନା ବ୍ୟବସାୟୀଙ୍କୁ ଏକ ବ୍ୟାଗରେ ୪ କିଲୋଗ୍ରାମ ବାଲି ଆଣି ଦେଇଥିଲେ। ଏହା ବଦଳରେ ବ୍ୟବସାୟୀ ଜଣକ ତାଙ୍କୁ ନଗଦ ୩୦ ଲକ୍ଷ ଟଙ୍କା ଏବଂ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେଇଥିଲେ।

ସୁନା ବ୍ୟବସାୟୀ ବର୍ଷେ ଯାଏ ଉକ୍ତ ବାଲିକୁ ଆଲମାରୀରେ ସୁରକ୍ଷିତ ଭାବେ ରଖିଥିଲେ। ନିକଟରେ ଗୋଟିଏ ଦିନ ବାଲିକୁ ବାହାର କରି ଗରମ କରିଥିଲେ। କିନ୍ତୁ ବାଲି ସୁନାରେ ପରିଣତ ହୋଇ ନ ଥିଲା। ଶେଷରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories