www.samajalive.in
Monday, December 8, 2025
27.1 C
Bhubaneswar

ନେତାଜୀ ଜୟନ୍ତୀ ଓ ଅନଲାଇନ୍‍ ସାଧନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ସଭା

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଏବଂ ସଂଗ୍ରାମୀ ଚକରା ବିଶୋୟୀଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧୀକାରୀ ବନ୍ଦନା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

କୋଭିଡ଼୍‍-୧୯ ମହାମାରୀ ରୂପ ନେଇ ସାରା ବିଶ୍ୱକୁ ଆତଙ୍କିତ କରୁଥିବା ସମୟରେ ଖୋରଧା ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷାଦାନକୁ ସଜାଡ଼ିବାର ଅଭିଳାଷ ନେଇ, ମରିବା ବଂଚିବାର ଏକ ସନ୍ଧିକ୍ଷଣ ସମୟରେ ଛାତ୍ରଛାତ୍ରୀମାନଙ୍କର କ୍ୟାରିୟରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମହାପାତ୍ର ‘ଶିକ୍ଷା ସଂଯୋଗ’ ନାମରେ ଏକ ଅଭିନବ ଅନ୍‍ ଲାଇନ୍‍ ପାଠ୍ୟଦାନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ସେହି କାର୍ଯ୍ୟକ୍ରମରେ ୭୩ ଜଣ ମାଧ୍ୟମିକ ଶିକ୍ଷା ସାଧନକର୍ମୀ, ୮୧ ଜଣ ପ୍ରାଥମିକ ଶିକ୍ଷା ସାଧନକର୍ମୀ ଏବଂ ୩ ଜଣ ଜିଲ୍ଲା ପରିଚାଳନା ସଂଯୋଜକଙ୍କୁ ନେଇ ବିନା ପାରିଶ୍ରମିକ, ବିନା ଆର୍ଥିକ ବ୍ୟବସ୍ଥାରେ ତାଙ୍କର ଅଭିଯାନକୁ ତା୧୯.୦୪.୨୦୨୦ରେ ଶୁଭାରମ୍ଭ କରାଇଥିଲେ। ଯାହା ଫଳରେ ଶିକ୍ଷାଦାନରୁ ବଂଚିତ ହୋଇଥିବା ୨ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକ ଏବଂ ୫ଗୋଟି ପୌରାଂଚଳରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ କରାଯାଇଥିଲା। ଜିଲ୍ଲାରେ ଉଲ୍ଲେଖନୀୟ ସଫଳତା ପାଇବା ପରେ ରାଜ୍ୟ ସରକାର ଉକ୍ତ କାର୍ଯ୍ୟକ୍ରମକୁ ସମଗ୍ର ୩୦ ଗୋଟି ଜିଲ୍ଲାରେ ପ୍ରଚଳନ କରାଇ ଶିକ୍ଷାଦାନରୁ ବଂଚିତ ଲକ୍ଷ-ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ିବାର ସୁଯୋଗ ସୃଷ୍ଟି କଲେ।

- Advertisement -

ପରବର୍ତୀ ସମୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଶିକ୍ଷାଶିଖର’ ଏବଂ ଲୋ-ଆଚିଭରମାନଙ୍କ ପାଇଁ ‘ଶିକ୍ଷାସମ୍ଭବ’ ନାମରେ ଆଉ ଦୁଇ ଗୋଟି ଅନ୍‍ ଲାଇନ୍‍ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏଥି ସହିତ ମହାମାରୀ ସମୟର ଭୟାବହତା ପାଇଁ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‍ ଲାଇନ୍‍ରେ ବିଭିନ୍ନ ପ୍ରତିଯୋଗିତା ସହ ନୃତ୍ୟ, ଗୀତ, ଚିତ୍ରାଙ୍କନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଅଛି। ମଧ୍ୟାନ୍ତରରେ ପିଲାମନେ ଅନ୍‍ ଲାଇନ୍‍ରେ ପରୀକ୍ଷା ଦେଇ ମାର୍କସିଟ୍‍ ମଧ୍ୟ ପାଇ ନିଜର ମନୋବଳ ଦୃଢ଼ କରି ପାରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଦୂରଦର୍ଶନରେ ‘ଶିକ୍ଷାଦର୍ପଣ’ ଏବଂ ରେଡିଓରେ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମରେ ଉକ୍ତ ଶିକ୍ଷା ସାଧନକର୍ମୀ ଓ ସଂଯୋଜକମାନେ ତାଙ୍କର ନିସ୍ୱାର୍ଥପର ସେବା ପ୍ରଦାନ କରି ଆସୁଛନ୍ତି। ଏହି ସଫଳତାର ଆଢ଼ୁଆଳରେ ଥିବା ସେମାନଙ୍କର କୃତିତ୍ୱକୁ ସମ୍ମାନ ଓ ସ୍ୱୀକୃତି ଜଣାଇ ଖୋର୍ଦ୍ଧା ଜିଲ୍ଲାର ୭୩ ଜଣ ମାଧ୍ୟମିକ ଶିକ୍ଷା ସାଧନକର୍ମୀ ଏବଂ ୮୧ ଜଣ ପ୍ରାଥମିକ ଶିକ୍ଷା ସାଧନକର୍ମୀ, ୩ ଜଣ ଜିଲ୍ଲା ସଂଯୋଜକ ସୁଧିର କୁମାର ସାହୁ, ତୋଫାନ କୁମାର ରାଉତରାୟ ଓ ଜିଲ୍ଲା ପ୍ରୋଗ୍ରାମର ବିଭୂତି ଭୂଷଣ ଦାଶଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ଏହି ଭବ୍ୟ କାର୍ଯ୍ୟକ୍ରମର ସଫଳତାରେ ଅତ୍ୟନ୍ତ ଖୁସି ଏବଂ ସେ ନିଜେ ମଧ୍ୟ ଏହି ଟିମରେ ଅଛନ୍ତି ବୋଲି ତାଙ୍କର ଅଭିଭାଷଣରେ ପ୍ରକାଶ କରିଥିଲେ। ଓଡ଼ିଶା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମଗ୍ର ଶିକ୍ଷା ଅଭିଯାନ, ଭୂପେନ୍ଦ୍ର ସିଂହ ପୁନିଆ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଧନକର୍ମୀମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ସମସ୍ତ କାର୍ଯ୍ୟକ୍ରମରେ ସେମାନଙ୍କର ସହଯୋଗ କାମନା କରିଥିଲେ। ମୁଖ୍ୟ ସାଧନକର୍ମୀ ଡଃ ନିରଞ୍ଜନ ମହାନ୍ତି, ପ୍ରଧାନଶିକ୍ଷକ ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମାନସ ରଂଜନ ଚହଟରାୟ ଶିକ୍ଷକ ହାଟପୋଖରୀ ପ୍ରାଥମିକ ବିଦ୍ୟାଳୟ, ସେମାନଙ୍କ ଦୀର୍ଘ ନଅ ମାସର ପାଠ୍ୟ ଉପକରଣ ପ୍ରସ୍ତୁତି ଓ ପରିବେଷଣ ସମ୍ବନ୍ଧରେ ଅନୁଭୂତି ବର୍ଣ୍ଣନା କରିଥିଲେ।

ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ, ବାଲିଅନ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ମିଶ୍ର ସେମାନଙ୍କର କାର୍ଯ୍ୟକ୍ରମ ପରିଚାଳନା ଅନୁଭୂତି ବର୍ଣ୍ଣନା କରିଥିଲେ। ସରକାରୀ ହାଇସ୍କୁଲ ୟୁନିଟ-୧ ଭୁବନେଶ୍ୱର ପ୍ରଧାନଶିକ୍ଷକ ସୁଶ୍ରୀ ସଂଗୀତା ମିଶ୍ର ଏବଂ ସରକାରୀ ହାଇସ୍କୁଲ ବାଲୁଗାଁର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ନାୟକ ଶିକ୍ଷା ସାଧନକର୍ମୀମାନଙ୍କର କୃତିତ୍ୱ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିବା ବେଳେ ଜଟଣୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୂପା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories