www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟର ୨୧ଟି ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ୍‌

ସମାଜ ପୋର୍ଟାଲ୍‌ ଡେସ୍କ: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ଣରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ଏହାର ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଗୁଆ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଅତି କମ୍‌ ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ୍‌ କାର୍ଯ୍ୟ କରୁଛି । ଏହି ହସ୍‌ପିଟାଲ୍‌ଗୁଡ଼ିକରେ ସମୁଦାୟ ଶଯ୍ୟା ସଂଖ୍ୟା ୩୯୫୧ ହୋଇଥିବାବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ୨୯୩ ।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥାପିତ ହେବାକୁ ଯାଉଛି । ୧୯୪ ଶଯ୍ୟା ଓ ୬ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲ୍‌ ଭବାନୀପାଟଣା ସରକାରୀ ଇଂଜିନିୟରିଂ କଲେଜରେ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।
ଗୁରୁବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ୍‌ କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗସ୍ତ କରି ୩ଟି ଯାକ ଜିଲ୍ଲାର କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଜିଲ୍ଲାର କୋଭିଡ୍‌ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି ।
କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁୟୁ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ଘରୋଇ ହିଂସାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସ୍‌ଆପ୍‌ ନଂ-୭୨୦୫୦୦୬୦୩୯ ଜାରି କରାଯାଇଛି । ଏଥି ସହିତ ବିଭାଗର ହେଲପ୍‌ଲାଇନ୍‌ -୧୮୧ ମଧ୍ୟ କାର୍ଯ୍ୟ କରୁଛି । ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତିବିଶେଷ ଏହି ହ୍ୱାଟସ୍‌ଆପ୍‌ ଓ ହେଲପ୍‌ଲାଇନ୍‌ର ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି । ଅନୁରୂପ ଭାବରେ, ରାଜ୍ୟ ମହିଳା ଆୟୋଗ ମଧ୍ୟ ଘରୋଇ ହିଂସା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏକ ଏକ ହ୍ୱାଟସ୍‌ଆପ୍‌ ନଂ-୮୭୬୩୫୪୩୦୧୩ ଜାରି କରିଛନ୍ତି ।
ଦୃଢ଼ତାର ସହ କରୋନାର ମୁକାବିଲା ପାଇଁ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ଡାକ୍ତରଙ୍କ ସ୍ୱତନ୍ତ୍ର ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି । କରୋନା ସନ୍ଦିଗ୍ଧଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଲେ, କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ବିଭନ୍ନ ଜିଲ୍ଲାର ଡାକ୍ତରଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜ୍‌(କଟକ)ରେ ପ୍ରଶିକ୍ଷଣ ଦିଆଯାଉଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories