www.samajalive.in
Friday, December 5, 2025
26.1 C
Bhubaneswar

ସୁସ୍ମିତା ସେନଙ୍କ ମିସ୍ ଇଣ୍ଡିଆ ଗାଉନ୍, ସରୋଜିନୀ ନଗର ବଜାରରୁ କିଣିଥିଲେ କପଡ଼ା

ନୂଆଦିଲ୍ଲୀ: ୧୯୯୪ରେ ମିସ୍ ଇଣ୍ଡିଆନ୍ ମୁକୁଟ ପିନ୍ଧିଥିବା ସୁସ୍ମିତା ସେନ୍ ଗୁରୁବାର ଦିନ ଗୁଗୁଲ୍ ଟ୍ରେଣ୍ଡ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଏକ ଗ୍ୟାରେଜରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଟେଲରଙ୍କ ଦ୍ୱାରା ତାଙ୍କ “ବିଜୟୀ ଗାଉନ୍” ଅର୍ଥାତ୍ ମିସ୍ ଇଣ୍ଡିଆ ଗାଉନ୍ ସିଲେଇ ହୋଇଛି। ଦିଲ୍ଲୀର ସରୋଜିନୀ ନଗରରୁ ସେ ଗାଉନ୍ ତିଆରି କରିବାକୁ କପଡା କିଣିଥିଲେ।

ଟାଇଟଲ୍ ଜିତିବାର ୨୬ ବର୍ଷ ପରେ, ତାଙ୍କର ଏହି ପୁରୁଣା ଭିଡିଓ, ଯାହାକି ଏନଡିଟିଭି ଟକ୍ ସୋ ‘ଜୀନା ଇସି କା ନାମ ହେ’ ରେ ସ୍ୱର୍ଗତ ଅଭିନେତା ଫାରୁକ୍ ଶେଖଙ୍କ ସହ ହୋଇଥିବା ବାର୍ତ୍ତାଳାପର ଏକ କ୍ଳିପ୍, ଇଣ୍ଟରନେଟରେ ପୁନର୍ବାର ଭାଇରାଲ ହେବାରେ ଲାଗିଛି।

- Advertisement -

ଭିଡିଓରେ ସୁସ୍ମିତା ସେନ୍ କହିଛନ୍ତି ଯେ, ସେ ତାଙ୍କର ମିସ୍ ଇଣ୍ଡିଆ ବିଜେତା ଗାଉନ୍ ସ୍ଥାନୀୟ ଟେଲରଙ୍କ ଦ୍ୱାରା ସିଲେଇ କରିଥିଲେ। କାରଣ ସେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ଫାଇନାଲ୍ ପାଇଁ ଚାରିଟି ଭିନ୍ନ ଡିଜାଇନର୍ ପୋଷାକ ତିଆରି କରିବା ତାଙ୍କ ପାଇଁ ସମ୍ଭବ ନଥିଲା। ଏଥିରେ ତାଙ୍କ ମାଆ ତାଙ୍କୁ ସାହାଯ୍ୟ କରିଥିଲେ। ସୁସ୍ମିତାଙ୍କୁ ଉତ୍ସାହିତ କରିବାକୁ ଯାଇ ତାଙ୍କ କହିଥିଲେ ଯେ, ଲୋକେ ତୁମକୁ ଦେଖିବାକୁ ଆସିବେ, ପୋଷାକ ନୁହେଁ। ପରେ ମାଆ-ଝିଅ ଦୁହେଁ ପୋଷାକ ପ୍ରସ୍ତୁତ କରିବାରେ ଲାଗି ପଡିଥିଲେ।


ସୁସ୍ମତାଙ୍କ ମୁହଁରୁ… ଆମେ ନୂଆଦିଲ୍ଲୀସ୍ଥିତ ସରୋଜିନୀ ନଗର ବଜାରରୁ କପଡା କିଣିଲୁ। ଆମ ତଳ ମହଲାରେ, ଗ୍ୟାରେଜରେ କାମ କରୁଥିବା ଜଣେ ସ୍ଥାନୀୟ ଟେଲର ଥିଲେ, ଯିଏ ପେଟିକୋଟ୍ ତିଆରି କରୁଥିଲେ। ମାଆ ତାଙ୍କୁ କପଡା ଦେଇ କହିଲା, ‘ଟିଭିରେ ଆସିବ, ଭଲ ପୋଷାକ ତିଆରି କରିବ’। ସେ କପଡା ଭିତରୁ ମୋର ବିଜୟୀ ଗାଉନ୍ ତିଆରି କଲେ ଏବଂ ଅବଶିଷ୍ଟ କପଡ଼ାରୁ ମୋ ମାଆ ଗୋଲାପ ତିଆରି କରି ପୋଷାକରେ ଲଗାଇଲେ। କଳା ରଙ୍ଗର ସକ୍ସ କିଣି କାଟି ସେଥିରେ ଇଲାଷ୍ଟିକ୍ ଲଗାଇ ଗ୍ଲୋଭସ୍ ତିଆରି କରି ପିନ୍ଧିଥିଲି। ସେହି ଗାଉନ୍ ପିନ୍ଧି ମିସ୍ ଇଣ୍ଡିଆ ଜିତିଲା ମୋ ପାଇଁ ବହୁତ ବଡ ଦିନ ଥିଲା।
‘ତୁମେ ଯାହା ଚାହୁଁଛ ତାହା ପାଇବା ପାଇଁ ଟଙ୍କା ଦରକାର ନାହିଁ, ଉଦ୍ଦେଶ୍ୟ ଦୃଢ ହେବା ଆବଶ୍ୟକ’ ବୋଲି ସୁସ୍ମିତା କହିଥିଲେ। ସୁସ୍ମିତା ସେନ୍ ତାଙ୍କ ପିତାମାତାଙ୍କ ସହ ‘ଜୀନା ଇସି କା ନାମ ହେ’ ଶୋରେ ଆସିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories