www.samajalive.in
Sunday, December 7, 2025
23.1 C
Bhubaneswar

ଅନନ୍ତପୁର ସ୍ୱାବ ସଂଗ୍ରହ, ୧୯ ଆକ୍ରାନ୍ତ ଚିହ୍ନଟ

ଗୁରୁଡିଝାଟିଆ : ଅନନ୍ତପୁର ପଞ୍ଚାୟତରେ ହୋଇଥିବା ସ୍ୱାବ ସଂଗ୍ରହରେ ଆଜି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନନ୍ତପୁର ଗ୍ରାମର ୮ଜଣ ମଧ୍ୟରୁ ଜଣେ ମହିଳା ଅଛନ୍ତି। ଆଠଗଡ ଉଦୟପୁର ପଞ୍ଚାୟତ ରୁ ଜଣେ, ଇଚ୍ଛାପୁରରୁ ୨ଜଣ, ପାଇକରାପୁର ରୁ ଜଣେ, ଖୁଣ୍ଟୁଣୀରୁ ୨ ଜଣ ମହିଳା, ଗୁରୁଡିଝାଟିଆ ରୁ ଜଣେ ଓ ସାଉରିଆରୁ ୪ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ସତର୍କତା, ସାମାଜିକ ଦୂରତ୍ୱ ଓ ମାକ୍ସ ବ୍ୟବହାର ସଠିକ୍‍ ଢଙ୍ଗରେ କରୁନଥିବାରୁ ଗ୍ରାମାଞ୍ଚଳରେ କରୋନା ବୃଦ୍ଧି ପାଇବାରେ ଲାଗିଛି। କରୋନ ସଂକ୍ରମଣକୁ ରୋକିବା ପାଇଁ ଅନନ୍ତପୁର ଗାଁକୁ ସରପଞ୍ଚ ଶୈଳବାଳା ସେଠୀ ସଟଡାଉନ ଘୋଷଣା କରିଛନ୍ତି। ସେହିଭଳି ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ ପାଇକରାପୁର ଓ ମଞ୍ଚେଶ୍ୱର ଦୋଳମଣ୍ଡପ ଅଞ୍ଚଳକୁ ୭୨ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଜନସାଧାରଣ ସରକାରଙ୍କ କୋଭିଡ ନିୟମକୁ ମାନି କାର୍ଯ୍ୟ କରିବା ସହିତ ସଟଡାଉନ ସମୟରେ ଘରୁ ନବାହାରିବା ପାଇଁ ସରପଞ୍ଚ ଶ୍ରୀମତୀ ସେଠୀ ଓ ସରପଞ୍ଚ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories