www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ ଭାରିଆଣ୍ଟ ପାଇଁ ଫଳପ୍ରଦ ହେଉଛି କୋଭାକ୍ସିନ

ହାଇଦରାବାଦ: ସ୍ୱଦେଶୀ ସ୍ତରରେ ପ୍ରସ୍ତୁତ କୋଭିଡ-୧୯ ପ୍ରତିଷେଧକ ଟିକା କୋଭାକ୍ସିନ ନୂଆକରି ବ୍ୟାପୁଥିବା ସମସ୍ତ ପ୍ରକାର ଭାରିଆଣ୍ଟକ ନିଷ୍କ୍ରିୟ କରିବାକୁ ସମର୍ଥ। ଏପରିକି ଏହା ପ୍ରଥମେ ଭାରତ ଓ ବ୍ରିଟେନରେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ ବି.୧.୬୧୭ ଏବଂ ବି.୧.୧.୭ ଭାରିଆଣ୍ଟ କ୍ଷେତ୍ରରେ ପ୍ରଭାବୀ ବିବେଚିତ ହେଉଛି ବୋଲି ଏହି ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍‍ ପକ୍ଷରୁ ରବିବାର କୁହାଯାଇଛି। କମ୍ପାନୀର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ବ୍ରିଟେନରେ ଚିହ୍ନଟ ହୋଇଥିବା ବି.୧.୧.୭ ଏବଂ କୋଭାକ୍ସିନ ଟିକା ପ୍ରସ୍ତୁତିରେ ବ୍ୟବହାର ହୋଇଥିବା ଷ୍ଟ୍ରେନ ଡି୬୧୪ଜିକୁ ନିଷ୍କ୍ରିୟ କରିବା କ୍ଷେତ୍ରରେ କୋ÷ଣସି ପାର୍ଥକ୍ୟ ପରିଲକ୍ଷିତ ହୋଇନାହିଁ। ପ୍ରତିଷ୍ଠିତ ଚିକିତ୍ସା ପତ୍ରିକା କ୍ଲିନିକାଲ ଇନଫେକ୍ସିଅସ୍‍ ଡିଜିଜେସରେ ପ୍ରକାଶିତ ଏକ ଅନୁଧ୍ୟାନମୂଳକ ଲେଖାର ଉଦାହରଣ ଦେଇ ଭାରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ସୁଚିତ୍ରା ଏଲ୍ଲା ଟ୍ୱିଟ କରି କହିଛନ୍ତି, ଟିକା ଭାରିଆଣ୍ଟ ଡି୬୧୪ଜି ତୁଳନାରେ ବି.୧.୬୧୭ କ୍ଷେତ୍ରରେ ନିଷ୍କ୍ରିୟକାରୀ ଗୁଣରେ ସାମାନ୍ୟ ୧.୯୫ ହ୍ରାସ ଲକ୍ଷ୍ୟ କରାଯାଇଛି। ଏହି ସାମାନ୍ୟ ହ୍ରାସ ପାଉଥିଲେ ମଧ୍ୟ ବି.୧.୬୧୭ କ୍ଷେତ୍ରରେ ନିଷ୍କିୟକାରୀ ଗୁଣ ସୁରକ୍ଷା ପ୍ରଦାନକାରୀ ସ୍ତର ଠାରୁ ଉପରେ ରହୁଥିବା ଜଣାଯାଇଛି। କରୋନା ଭୂତାଣୁର ନୂଆ ଭାରିଆଣ୍ଟ ବିରୁଦ୍ଧରେ ଏହାର ସୁରକ୍ଷା ବିଶେଷତ୍ୱ ଏକ ବିଜ୍ଞାନଭିତ୍ତିକ ଗବେଷଣାରୁ ଜଣାପଡିବା ପରେ ଏହାଦ୍ୱାରା କୋଭାକ୍ସିନକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିପାରିଛି ବୋଲି ସୁଚିତ୍ରା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories