www.samajalive.in
Sunday, December 7, 2025
16.1 C
Bhubaneswar

୧୦ଦିନ ବଢ଼ାଯାଉ ତାଲାବନ୍ଦ – ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ଦୈନିକ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆଣିବା ଲାଗି ଅତି କମରେ ଅଧିକ ୧୦ଦିନ ପାଇଁ ତାଲାବନ୍ଦ ଅବଧି ବଢ଼ାଇବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ନୀରଜ ମିଶ୍ର କହିଛନ୍ତି। ଡା. ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର ୨୦ ପ୍ରତିଶତ ଉପରେ ରହୁଛି। ଯେପର୍ଯ୍ୟନ୍ତ ଏହି ହାର ୧୦ତଳକୁ ନଖସିଛି ସେପର୍ଯ୍ୟନ୍ତ କରୋନା ପ୍ରଭାବ କମିଛି ବୋଲି କହିହେବ ନାହିଁ। ଏବେ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ କରୋନା ବ୍ୟାପିଲାଣି। ଏଥିପାଇଁ ସରକାରଙ୍କ ପକ୍ଷରୁ ଭ୍ରାମ୍ୟମାଣ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଗାଁ ଗଣ୍ଡାର ଲୋକେ ଯେତେ ସଚେତନ ହେବେ ସେତେ ଶୀଘ୍ର କରୋନା ଉପରେ ନିୟନ୍ତ୍ରଣ ଆସିପାରିବ।

ଡା. ମିଶ୍ର କହିଛନ୍ତି ଯେ ଯଦି ସବୁ ଲୋକ କେବଳ ଦୁଇ ପରସ୍ତ ତୁଣ୍ଡି (ମାସ୍କ) ବ୍ୟବହାର କରିବେ; ତେବେ ୭୮ ପ୍ରତିଶତ ଲୋକ ମୃତ୍ୟୁ ମୁଖରେ ପଡିବେ ନାହିଁ। ଅବଶିଷ୍ଟ ୨୨ ପ୍ରତିଶତ ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରି ଚିକିତ୍ସା ଯୋଗାଇ ଦିଆଯାଇ ପାରିଲେ ମୃତ୍ୟୁ ହାର କମିଯିବ। ଏହାବାଦ୍‍ ସରକାରଙ୍କ ପକ୍ଷରୁ ପୂର୍ବଥର ପଞ୍ଚାୟତସ୍ତରରେ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଦିଆଯାଇଥିଲା। ସେମାନେ ଗାଁ ଭିତରକୁ କୌଣସି ପ୍ରବାସୀ ଆସିଲା ମାତ୍ରେ ତାକୁ ଠିକଣା ଭାବେ ଚିହ୍ନଟ କରି ସଙ୍ଗରୋଧରେ ରଖିବାକୁ ବାଧ୍ୟ କରୁଥିଲେ। ଏବେ ସେହିଭଳି କ୍ଷମତା ତାଙ୍କଠାରେ ନାହିଁ କି ସରପଞ୍ଚମାନେ ଅନୁରୂପ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଗାଁରେ କେତେବେଳେ କେଉଁ ପ୍ରବାସୀ ଆସି ଘରେ ପଶୁଛି ତାହା ସହଜେ ଜଣାପଡୁନାହିଁ। ଜଣାପଡିଲା ବେଳକୁ ସଂକ୍ରମଣ ବଢ଼ି ଯାଉଛି। ଏସବୁ ଦିଗକୁ ଧ୍ୟାନ ଦେବା ସହିତ ଦିଲ୍ଲୀ ଭଳି ଓଡ଼ିଶାରେ ତାଲାବନ୍ଦ ଅବଧି ବୃଦ୍ଧି କରାଗଲେ ନିଶ୍ଚିତ ଭାବେ କରୋନା ଉପରେ ବିଜୟ ଲାଭ କରିହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories