www.samajalive.in
Saturday, December 6, 2025
23.1 C
Bhubaneswar

ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ : ଲକ୍ ଡାଉନ୍ ସମୟରେ ଗାଡ଼ି ବ୍ୟବହାର କଲେ ଜବଦ ହେବ ଗାଡି

କଟକ : ଗତକାଲି ହାଇକୋର୍ଟ ଲକ୍ ଡାଉନ ସମୟରେ ପୁଲିସ ଆଇନ ଉଲଘଂନ କରୁଥିବା ଲୋକଙ୍କ ଗାଡିକୁ ସିଜ କରିପାରିବ ନାହିଁ ଏବଂ କେବଳ ଅଣ୍ଡରଟେକିଂ ଲେଖି ଛାଡିଦେବାକୁ ନିର୍ଦେଶ ଦେଇଥିଲେ। ଆଜି ହାଇକୋର୍ଟ ନିଜ ରାୟରେ ଆଶିଂକ ପରିବର୍ତ୍ତନ ଆଣି ସାନି ନର୍ଦେଶାନାମା ଜାରି କରିଛନ୍ତି। ହାଇକୋର୍ଟଙ୍କ ସାନି ନିର୍ଦେଶାନାମା ଅନୁସାରେ ଲକ୍ ଡାଉନ ସମୟରେ କେବଳ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କର୍ମକ୍ଷେତ୍ରକୁ ବାଇକ୍ ନେଇ ଯାଇପାରିବେ। ଏଥି ସହ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ୩ ଥର ପର୍ଯ୍ୟନ୍ତ ଅଣ୍ଡରଟେକିଂ ଦେଇ ଗାଡି ନେଇ ଯାଇପାରିବେ।
ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‌ଡାଉନ୍‌ ନିର୍ଦ୍ଦେଶ ଲାଗୁ ହେବ। ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଗତକାଲି ହାଇକୋର୍ଟ ରାୟ ଦେଇଥିଲେ ଲକ୍ ଡାଉନ ସମୟରେ ପୁଲିସ କୌଣସି ନାଗରିକଙ୍କ ଗାଡି ଜବଦ କରିପାରିବ ନାହିଁ । ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଣ୍ଡରଟେକିଂ ଲେଖାଇ ଗାଡି ଛାଡିଦେବ। ହାଇକୋର୍ଟଙ୍କ ଏହି ରାୟ ପରେ ଲକ୍ ଡାଉନ ଆଇନ ଉଲଘଂନ କାରୀମାନେ ଖୁଲମଖୁଲା ଗାଡି ବ୍ୟବହାର କରିବାର ନଜର ଆସିଥିଲା। ଯାହା ପରେ ହାଇକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଓ ଅତିରିକ୍ତ ଆଡଭୋକେଟ ଜେନେରାଲ୍‌ ଡି.କେ. ମହାନ୍ତି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି। ଏନେଇ ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଓ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି। ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories