www.samajalive.in
Saturday, December 6, 2025
14.1 C
Bhubaneswar

ଭିନ୍ନକ୍ଷମ ଯୁବତୀକୁ ଅସଦାଚରଣ ଅଭିଯୋଗ ; ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି : କତରବଗା ଥାନା ଅନ୍ତର୍ଗତ କଦଳିପିଟା ଗ୍ରାମ ରଡୁଙ୍ଗୁରିଆପଡାର ଜନୈକ ଭିନ୍ନକ୍ଷମ ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଉକ୍ତ ଗ୍ରାମର ଭଦ୍ର ଖଡିଆ (୪୧) ନାମକ ଜନୈକ ବ୍ୟକ୍ତିକୁ ଆଜି କୋର୍ଟ ଚାଳାଣ କରାଯାଇଛି। ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସୂଚନା ଅନୁଯାୟୀ ୧୮ ତାରିଖ ଦିନ କଦଳିପିଟା ଗ୍ରାମର ଡୁଙ୍ଗୁରିଆପଡାର ଭଦ୍ର ଖଡିଆ (୪୧) ଜନୈକ ଭିନ୍ନକ୍ଷମ ଯୁବତୀକୁ ଅସଦାଚରଣ କରିଥିବା ସଂକ୍ରାନ୍ତରେ ପୀଡିତାଙ୍କ ମା’ ୨୨ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଭଦ୍ର ଖଡିଆକୁ ଗିରଫ କରି ୨୩ ତାରିଖ ଦିନ ଡାକ୍ତରୀମାଇନା କରାଗଲା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ କେସ୍ ନଂ ୨୦୩ ର ଦଫା୩୭୬(୨)(୧)  ଆଇପିସି ରେ ମାମଲା ରଜ୍ଜୁ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories