www.samajalive.in
Friday, December 5, 2025
23.1 C
Bhubaneswar

ସବୀର୍‌ଙ୍କ ସ୍ବପ୍ନକୁ ସାକାର କରୁଛି ସୋସିଆଲ ମିଡ଼ିଆ

ପାଟଣା : ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ଏବଂ ମାଟି ମା’ ର ସେବାରେ ନିୟୋଜିତ ମହାନ ବ୍ୟକ୍ତିତ୍ବ ମାନଙ୍କୁ ସାମାଜିକ ଲୋକଲୋଚନରେ ଏକ ନୂତନ ପରିଚୟ ଦେବା ଲକ୍ଷ୍ୟରେ ପ୍ରଯୋଜକ ତାପସ ଲାୟକଙ୍କ ଫେସବୁକ୍ ପେଜ୍ “ଆମେ ଓଡିଆ ଆମ ଭାଷା ସବୁଠୁ ବଢିଆ” ସ୍ବଳ୍ପ ସମୟ ମଧ୍ୟରେ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି। ଏହି ଆକୃଷ୍ଟତାର ଶ୍ରେୟ ଶ୍ରୀ ନାୟକ ତାଙ୍କ କାର୍ଯ୍ୟକ୍ରମର ଯୁବ ଉପସ୍ଥାପକ ସବୀର ଦାଶଙ୍କୁ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ସ୍ବାମପାଟଣାର ଗୋପୀନାଥ ଦାଶ ଏବଂ ସ୍ବର୍ଗତା ଅନ୍ନପୂର୍ଣ୍ଣା ଦାଶଙ୍କ କନିଷ୍ଠ ପୁତ୍ର ଏହି ୩୨ ବର୍ଷୀୟ ଯୁବ କଳାପ୍ରେମୀ ସବୀର ଜଣେ ଏମବିଏ ଗ୍ରାଜୁଏଟ୍। ନିଜ ମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛୋଟବେଳୁ ଗୀତ ଗାଇବା, ବକୃତା ଦେବା ଓ ଉପସ୍ଥାପନା କରିବା ତାଙ୍କର ନିଶା ଥିଲା । ନିଜର ଅଞ୍ଚଳର ସାଂସ୍କୃତିକ କାର୍ୟ୍ୟକ୍ରମ ମାନଙ୍କରେ ଉପସ୍ଥାପକ ଭାବରେ ସେ ଖୁବ୍ ଆଦୃତ , “ଗପ୍ ସପ୍ ୱିଥ୍ ସବୀର ଦାଶ” କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟରେ ସବୀର ଦାଶଙ୍କ ଉପସ୍ଥାପନା ସୋସିଆଲ୍ ମିଡିଆରେ ହଜାର ହଜାର ଦର୍ଶକଙ୍କ ଭଲପାଇବା ଆଣି ଦେଇ ପାରିଛି। ଏହାକୁ ନେଇ ବିଭିନ୍ନ ମହଲରେ ଯୁବ ଉପସ୍ଥାପକ ସବୀର ଦାଶଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। ଏହାକୁ ଆଖି ଆଗରେ ରଖି “ଆମେ ଓଡିଆ ଆମ ଭାଷା ସବୁଠୁ ବଢିଆ” ପରିବାର ସମାଜରେ ଅଦ୍ବିତୀୟ କାମ କରିଥିବା କିଛି ମା’ ମାନଙ୍କର ସଫଳତା ଓ ସେବାକୁ ନେଇ “ମା’ ପରି କିଏ ହବ” ନାମକ ଅନ୍ୟଏକ ନୂତନ କାର୍ଯ୍ୟକ୍ରମ ସବୀର ଦାଶଙ୍କ ଉପସ୍ଥାପନାରେ ପ୍ରସ୍ତୁତ କରାଇଛନ୍ତି। ଯାହାର ପ୍ରଥମ ଅଧ୍ୟାୟ ‘ପଦ୍ମଶ୍ରୀ ତୁଳସୀ ମୁଣ୍ଡା’ ଙ୍କ ସହ ୨୫ ନଭେମ୍ବର ବୁଧବାର ସକାଳ ୧୦ ଟାରେ ସୋସିଆଲ ମିଡିଆରେ ଶୁଭମୁକ୍ତି ହେବାକୁ ଯାଉଅଛି। ନିଜର ଏ ସଫଳତାର ଶ୍ରେୟ ସବୀର ଦାଶ “ଆମେ ଓଡିଆ ଆମ ଭାଷା ବଢିଆ” ର ସମସ୍ତ ସଦସ୍ୟ ଏବଂ ଦର୍ଶକ ମାନଙ୍କୁ ଦେବା ସହିତ ଓଡିଶାର ଲୁକ୍କାୟିତ ପ୍ରତିଭା ମାନେ ଆଗକୁ ଆସି ଏହି ପରିବାର ସହିତ ଯୋଡି ହେବା ପାଇଁ ନିବେଦନ କରିଛନ୍ତି । ଏଥି ସହିତ ଆନ୍ତର୍ଜାତୀୟ ବାସ୍ତୁ ବିଷାରଦ ଡ. ଗଣପତିଙ୍କ “ବାସ୍ତୁ ବିଜ୍ଞାନ” ଏବଂ କେନ୍ଦୁଝରର ସୁପରିଚିତ ଯୁବ ପ୍ରତିଭା ପାର୍ଥ ସାରଥୀ ବେଜ୍ ଙ୍କ “ଆମ ଗାଁ ମନ୍ଦିର” କାର୍ଯ୍ୟକ୍ରମ ଗୁଡିକୁ ବହୁତ ମାତ୍ରାରେ ଭଲ ପାଇବା ଦେବାକୁ ଅନୁରୋଧ କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories