www.samajalive.in
Saturday, December 6, 2025
23.1 C
Bhubaneswar

୪୦ ବର୍ଷ ପରେ ଘଟିଲା ପୁନର୍ମିଳନ

ଲଣ୍ଡନ: ଜାତିଆଣ ଏବଂ ବର୍ଣ୍ଣବୈଷମ୍ୟକୁ ନେଇ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ଏକ ପ୍ରେମୀ ଯୁଗଳ । ସେମାନେ କେବେ ବି ଭାବିନଥିଲେ, ଜୀବନରେ ପୁଣି ଥରେ ପରସ୍ପରକୁ ଭେଟିବେ । କିନ୍ତୁ ସେମାନଙ୍କ ଭଲପାଇବାର ଶକ୍ତି ସେମାନଙ୍କୁ ଏକତ୍ର କରାଇଛି, ତାହା ପୁଣି ୪୦ ବର୍ଷ ପରେ । ଏହି ପ୍ରେମୀ ଯୁଗଳ ହେଉଛନ୍ତି ପେନି ଓ ମାର୍କ ।
ପେନି ଓ ମାର୍କ ଦୁହେଁ ପିଲାଦିନେ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ । ସେହିଠାରେ ସେମାନଙ୍କ ମଧ୍ୟରେ କ୍ରମଶଃ ସମ୍ପର୍କ ସୃଷ୍ଟି ହୋଇଥିଲା । କିନ୍ତୁ ବିଦ୍ୟାଳୟ ଶିକ୍ଷା ଶେଷ ହେବାପରେ ଦୁହେଁ ସେଠାରୁ ଯାଇ ଭିନ୍ନ ଭିନ୍ନ ସ୍ଥାନରେ ନାମ ଲେଖାଇଲେ । ପରସ୍ପରକୁ ଭେଟି ପାରୁନଥିଲେ ମଧ୍ୟ ସେମାନଙ୍କ ମନ ଭିତରେ ଭଲ ପାଇବା ରହିଥିଲା । ଦିନେ ପେନିଙ୍କ ବାପା ଅତର୍କିତ ଭାବରେ ମାର୍କ ପଢୁଥିବା ଶିକ୍ଷାନୁଷ୍ଠାନକୁ ଯାଇ ତାଙ୍କ ଝିଅ ସହିତ ସମ୍ପର୍କ ନରଖିବାକୁ ତାଗିଦ କଲେ । ଏପରିକି ଯଦି ସେ ସମ୍ପର୍କ ରଖନ୍ତି ତେବେ ମାର୍କ ପାଉଥିବା ବୃତ୍ତି ବାବଦ ଅର୍ଥକୁ ସେ ବନ୍ଦ କରିଦେବାର ଧମକ ମଧ୍ୟ ଦେଲେ । ମାର୍କ ଘରକୁ ଫେରିବା ପରେ ଘରେ ମଧ୍ୟ ସମାନ ପରିସ୍ଥିତି ସାମନା କଲେ । ତାଙ୍କ ବାପା ମା’ ଜଣେ ଶ୍ୱେତାଙ୍ଗ ତରୁଣୀଙ୍କୁ ତାଙ୍କ ପୁଅ ବିବାହ କରୁ, ସେକଥା ଚାହୁଁନଥିଲେ । ପରିସ୍ଥିତି ଚାପରେ ଦୁହେଁ ନୀରବ ରହିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ପେନିଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେ କଲେଜ ନଯାଇ ଅଧାରୁ ପାଠ ଛାଡି ଦେଇଥିଲେ । ଏହାପରେ ସେ ଦୁଇଥର ବିବାହ କରିଥିଲେ, କିନ୍ତୁ ଦୁଇ ଜଣଙ୍କୁ ଛାଡପତ୍ର ଦେଇଥିଲେ । କାରଣ ସେମାନଙ୍କ ସହିତ ସେ ଶାନ୍ତିରେ ରହିପାରିନଥିଲେ । ମାର୍କ ତାଙ୍କର ଡିଗ୍ରୀ ପାଠ୍ୟକ୍ରମ ଶେଷ କରିବା ପରେ ହୋଟେଲ ଶିଳ୍ପରେ କାମ କରିଥିଲେ । ସେ ମଧ୍ୟ ଅନ୍ୟ ଯୁବତୀଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ । କିନ୍ତୁ କାହା ସହିତ ସେ ପରିବାର କରିପାରିନଥିଲେ । ଶେଷରେ ସେମାନଙ୍କ ଭଲ ପାଇବାର ପ୍ରତିଦାନ ଏବେ ସେମାନଙ୍କୁ ୪୦ ବର୍ଷ ପରେ ମିଳିଛି । ୨୦୧୯ରେ ଏକ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଭେଟିବା ପରେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି । କୋଭିଡ ମ ମହାମାରୀ କାରଣରୁ ସେମାନେ ପରସ୍ପରକୁ ଏହା ମଧ୍ୟରେ ଭେଟି ନପାରିଲେ ମଧ୍ୟ ଟେଲିଫୋନରେ କଥା ହେଉଥିଲେ । ସେମାନେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଘୋଷଣା କରିଛନ୍ତି । ପେନି ଉମ୍ବର୍ସଙ୍କୁ ସଂପ୍ରତି ୬୦ ବର୍ଷ ହୋଇଥିବାବେଳେ ମାର୍କ ବେଥେଲଙ୍କୁ ୬୧ ବର୍ଷ । ୧୯୭୦ରେ ସେମାନେ ଯେତେବେଳେ ପରସ୍ପରକୁ ପ୍ରଥମ ଥର ଭେଟିଥିଲେ ସେତେବେଳେ ପେନିଙ୍କୁ ୧୬ ଓ ମାର୍କଙ୍କୁ ୧୭ ବର୍ଷ ହୋଇଥିଲା । ମାର୍କ କହିଛନ୍ତି, ସେ ଘରଠାରୁ ୩ହଜାର ମାଇଲ ଦୂରରେ ରହି ପାଠ ପଢୁଥିଲେ ଏବଂ ବୃତ୍ତି ଅର୍ଥ ଉପରେ ନିର୍ଭର କରିବା ବ୍ୟତୀତ ତାଙ୍କ ପାଇଁ ଅନ୍ୟ କିଛି ଉପାୟ ନଥିଲା । ତେଣୁ ପେନିଙ୍କ ବାପାଙ୍କ ଧମକରେ ସେ ଚୁପ୍‍ ରହିବାକୁ ବାଧ୍ୟ ହୋଇଥିଲେ । ଏବେ ପେନି ଓ ମାର୍କ ଲଣ୍ଡନ ଛାଡି ଆମେରିକା ଚାଲିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ସେମାନଙ୍କ ପ୍ରେମ କାହାଣୀ ଉପରେ ‘ଥାର୍ଟିନାଇନ ଇୟର୍ସ ଇନ ଦିନ ୱାଇଲଡରନେସ’ ଶୀର୍ଷକ ଏକ ପୁସ୍ତକ ରଚନା କରିଛନ୍ତି । ପେନି କହିଛନ୍ତି, ଜୀବନ ତାଙ୍କୁ ଏବେ ସମ୍ପୂର୍ଣ୍ଣ ନୂଆ ନୂଆ ଲାଗୁଛି । ମାର୍କଙ୍କ ଭଳି ସେ ତାଙ୍କ ଜୀବନରେ ଆଉ କାହାକୁ ସେଭଳି ଭଲ ପାଇପାରିନଥିଲେ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories