www.samajalive.in
Friday, December 5, 2025
17.1 C
Bhubaneswar

ପୁଅ ଜନ୍ମ ହେବା ପରେ ନାଁ ରଖିଲେ ‘ଲକ୍‌ଡାଉନ’, ଚର୍ଚ୍ଚାରେ ଦମ୍ପତି

ନୂଆଦିଲ୍ଲୀ: କରୋନା ଭୂତାଣୁ ଗୋଟିଏ ପଟେ ଦେଶରେ ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଅନ୍ୟପଟେ ଲୋକମାନେ ଏହି ପ୍ରତିକୂଳ ପରିସ୍ଥିତିକୁ ସ୍ମରଣୀୟ କରିବା ଲାଗି ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରେ। ବର୍ତ୍ତମାନ ଦେଶରେ ଲକ୍‌ଡାଉନ ଚାଲିଥିବାବେଳେ ରାଜ୍ୟର ଶ୍ୟୋପୁର ଅଞ୍ଚଳରେ ଏକ ଦମ୍ପତି ସନ୍ତାନ ଜନ୍ମ ପରେ ତା’ର ନାଁ ‘ଲକ୍‌ଡାଉନ’ ରଖି ଚର୍ଚ୍ଚାକୁ ଆସିଛନ୍ତି।

ଶ୍ୟୋପୁର ଜିଲାର ବଛେରୀ ଗାଁରେ ରହୁଥିବା ରଘୁନାଥ ମାଲୀଙ୍କ ୨୪ ବର୍ଷୀୟା ପତ୍ନୀ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ସୋମବାର ସକାଳେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପ୍ରସବ ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ବର୍ତ୍ତମାନର ଲକ୍‌ଡାଉନ ସମୟକୁ ସ୍ମରଣୀୟ ରଖିବା ଲାଗି ପୁଅର ନାମକୁକୁ ସେମାନେ ‘ଲକ୍‌ଡାଉନ’ ରଖିଥିଲେ। ଏହା ପରେ ନବଜାତକୁ ଦେଖିବାକୁ ଆସିଥିବା ବନ୍ଧୁ ଓ ପରିଜନମାନେ ତା’କୁ ଲକଡାଉନ ଡାକିଥିଲେ। ଏହି ଘଟଣା ହସ୍ପିଟାଲ ସମେତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନବଜାତ ଶିଶୁର ମାତାପିତାଙ୍କ କହିବା ଅନୁସାରେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ସାରା ଦେଶକୁ ଲକ୍‌ଡାଉନ କରିଛନ୍ତି। ଏହି ନିୟମକୁ ସମସ୍ତେ ପାଳନ କରିବା ଉଚିତ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories