ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୧.୫୪ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୬୮୪ ଜଣ
କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୭୪ ଲକ୍ଷ ୯୧ ହଜାର ୫୧୩ରେ ପହଞ୍ଚିଛି।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୬୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧ ଲକ୍ଷ ୮୪ ହଜାର ୮୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ୫ ଲକ୍ଷ ୭୦ ହଜାର ୪୫୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ହାର ୬.୯୭% ରହିଛି।
ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୪୭୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା
୧ ଲକ୍ଷ ୨୨ ହଜାର ୧୧୧ରେ ପହଞ୍ଚିଛି। ସମ୍ପ୍ରତି ଭାରତରେ କରୋନା ଜନିତ ମୃତ୍ୟୁହାର ୧.୫ ପ୍ରତିଶତରୁ କମ୍ ରହିଛି ଏବଂ ଏହା କ୍ରମାଗତ ଭାବେ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ମୃତ୍ୟୁହାର ୧.୪୯ ପ୍ରତିଶତ ରହିଛି। ମନ୍ତ୍ରଣାଳୟ କହିଛି, ୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ଜାତୀୟ ହାରଠାରୁ କମ୍ ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ,ରାଜସ୍ଥାନ ଏବଂ ହରିୟାଣା ରହିଛି।



