www.samajalive.in
Saturday, December 6, 2025
26.1 C
Bhubaneswar

କେନାଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରାମଚନ୍ଦ୍ରପୁର ଗାଁ ନିକଟସ୍ଥ ମୁଣ୍ଡିପଟି କେନାଲ ନିକଟରୁ ରବିବାର ବୌଦ୍ଧ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ବୀରାମଚନ୍ଦ୍ରପୁର ଗ୍ରାମର ସନ୍ତୋଷିନୀ ଜେନା(୩୫) ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବୀରାମଚନ୍ଦ୍ରପୁର ଗ୍ରାମର ଅଷ୍ଟମୀ ଜେନାଙ୍କ ପତ୍ନ ସନ୍ତୋଷିନୀ ଘର ପାଖରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ମୁଣ୍ଡିପଟି କେନାଲ ଆଡକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ପରେ ସନ୍ତୋଷିନୀ ଆଉ ଘରକୁ  ଫେରିନଥିଲେ। ସେହି ରାସ୍ତାରେ ଯାଉଥିବା ଲୋକେ ତାଙ୍କର ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପଂହଚିଲା ବେଳକୁ ବେକରେ ପିନ୍ଧାଲୁଗା ଗୋଡାଇ ହୋଇଥିବା ସନ୍ତୋଷିନୀଙ୍କ  ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୁଣ୍ଡରେ ଏବଂ ଦେହରେ କ୍ଷତାକ୍ତ ସହିତ ରକ୍ତଛିଟା ଚିହ୍ନ ମଧ୍ୟ ରହିଥିଲା। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପଂହଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଛି। ସନ୍ତୋଷିନୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ଘଟଣାରୁ ଏହା ଏକ ସୁଚୁନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ବୌଦ୍ଧ ଏସ.ଡି.ପି.ଓ ସାଲେଷ୍ଟିନ ଟିଗା ସୂଚନା ଦେଇଛନ୍ତି। ଏନେଇ ବୌଦ୍ଧ ଥାନା ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ପୁଲିସ ଆରମ୍ଭ କରିଛି। ମୃତ ମହିଳାଙ୍କ ଦୁଇ ଝିଅ ଏକମାତ୍ର ପୁଅ ଏବଂ ସ୍ୱାମୀ ଥିବା ଜଣାପଡିଛି। ଜଣେ ବିବାହିତ ମହିଳାଙ୍କୁ ଏଭଳି ଭାବେ କିଏ କାହିଁକି ହତ୍ୟା କଲା ତାକୁ ନେଇ ଅଂଚଳରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories