www.samajalive.in
Monday, December 8, 2025
27.1 C
Bhubaneswar

କିମ୍‌ସରେ ଖୋଲିଲା ପୋଷ୍ଟ କୋଭିଡ କେୟାର କ୍ଲିନିକ୍‌

ଭୁବନେଶ୍ବର: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନ୍ସ(କିମ୍‌ସରେ ପୋଷ୍ଟ କୋଭିଡ୍‌ ସ୍ପେସିଆଲିଟି କ୍ଲିନିକ୍‌ ଆରମ୍ଭ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯିବା ପରେ ସେମାନଙ୍କ ପରବର୍ତ୍ତି ଚିକିତ୍ସା ପାଇଁ ଏହା ବେଶ୍‌ ସହାୟକ ହୋଇପାରୁଥିବା ଜଣାପଡ଼ିଛି।

କିମ୍‌ସ କର୍ତ୍ତୃପକ୍ଷ କହିଛନ୍ତି ଯେ କରୋନା ସମୟରେ କିମ୍‌ସ ଦ୍ବାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ୍‌ଅପ୍‌ କରିବା ପାଇଁ ଆସୁଛନ୍ତି। ଏହି ରୋଗୀମାନେ କୋଭିଡ ହସପିଟାଲରୁ ବାହାରିବାର କିଛି ମାସ ପରେ ସେମାନଙ୍କଠାରେ ଦୁର୍ବଳତା, ହାଲିଆ ଲାଗିବା, ଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବା, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହେବା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ବେଳେ ସେମାନଙ୍କ କିଡନୀ ଓ ଫୁସଫୁସରେ ଦୀର୍ଘ ସମୟ ଧରି ସମସ୍ୟା ଲାଗି ରହୁଛି। ଏହିଭଳି ସମସ୍ୟାର ସମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମ୍‌ସରେ ଏକ ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ଏଥିରେ କୋଭିଡ ପରବର୍ତ୍ତୀ ରୋଗ ଲକ୍ଷଣର ଚିକିତ୍ସା କରାଯାଉଛି। ଇଣ୍ଟରନାଲ ମେଡ଼ିସିନ ଓ ରେସ୍ପିରେଟୋରୀ ମେଡ଼ିସିନର ବରିଷ୍ଠ ବିଶେଷଜ୍ଞମାନେ ଏଭଳି ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି।

- Advertisement -

ପ୍ରତ୍ୟେହ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବହିର୍ବିଭାଗ ଖୋଲା ରହୁଛି। ପରୀକ୍ଷା ପରେ ଯେଉଁ ରୋଗୀଙ୍କଠାରେ କିଡ୍‌ନୀ ଓ ଫୁସଫୁସ ଜନିତ ସମସ୍ୟା ଦେଖାଯାଉଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ ରୁମାଟୋଲୋଜି, ହୃଦରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଉଛି। ବିଶେଷ କରି କୋଭିଡ ହସପିଟାଲରୁ ଯେଉଁ ରୋଗୀମାନେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି, ସେମାନେ ଏହି ସ୍ପେସିଆଲିଟି କ୍ଲିନିକରୁ ଉପକୃତ ହୋଇ ପାରୁଥିବା ବେଳେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନେ ମଧ୍ୟ ଏହି କ୍ଲିନିକରୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପାଇ ପାରିବେ ବୋଲି କିମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories