କୋଡାସିଙ୍ଗାରେ ବୁଡ଼ିଲା ଡ଼ଙ୍ଗା, ଅଳ୍ପକେ ବର୍ତିଲେ ୬ ଜଣ

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ କୋଡାସିଙ୍ଗା  ନିକଟସ୍ଥ ମହାନଦୀ ମୁହାଣରେ ଗୁରୁବାର ଅପରାହ୍ନରେ ଗୋଟିଏ କାଠ ଡ଼ଙ୍ଗା ବୁଡି ଏକ ବଡ଼ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ୫ଜଣ ଯୁବକ ସହିତ ଜଣେ ମହିଳା ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।ସୂଚନା ଅନୁସାରେ ଗୁରୁବାର  ଅପରାହ୍ନରେ କୋଡାସିଙ୍ଗା ଗ୍ରାମର ବିଦେଶୀ ବେହେରାଙ୍କ ଏକ ମାଛଧରା କାଠ ଡଙ୍ଗାରେ ୫ଜଣ ପୁରୁଷ ଏବଂ ଜଣେ ମହିଳା ହରଭଙ୍ଗା ଆଡ଼କୁ ଆସୁଥିଲେ। ମାତ୍ର ଭାତଖୁରୀ ନାଳ ମୁହାଣରେ ଅତ୍ୟଧିକ ସୁଅ ଯୋଗୁଁ ଡ଼ଙ୍ଗାଟିକୁ ଟାଣି ନେଇ ବୁଡ଼ିଯାଇଥିଲା। ଫଳରେ ଡଙ୍ଗାରେ ବସିଥିବା ୫ଜଣ ପୁରୁଷ ପହଁରି ପହଁରି କୂଳରେ ଲାଗିଥିଲେ। ମହିଳା ଜଣଙ୍କ ଏକ ଗଛ ଡାଳ ଧରି  ଜୀବନ ରକ୍ଷା କରିଥିଲେ। ସେମାନଙ୍କ ମୋବାଇଲ ଗୁଡିକ ପାଣିରେ ବୁଡିବା ସହିତ ମହାଦେବ କର୍ଣ୍ଣଙ୍କ ୫ହଜାର ଟଙ୍କା ପାଣିରେ ଭାସି ଯାଇଥିବା ଜଣାପଡିଛି । ଖବର ପାଇ ଗାଁ ଲୋକେ ଅନ୍ୟ ଡଙ୍ଗାରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ।

Comments are closed.