www.samajalive.in
Saturday, December 6, 2025
17.1 C
Bhubaneswar

‘ଉତ୍ତର ଖାତାରେ ୧୦୦ ଟଙ୍କା ରଖିଦେଲେ ପାସ୍‌ କରିଦେବେ ପରୀକ୍ଷକ’: ଭିଡିଓ ଭାଇରାଲ ହେବା ପରେ ବନ୍ଧା ହେଲେ କର୍ପୋରେଟର

ଲକ୍ଷ୍ନୌ: ପରୀକ୍ଷାରେ କପି କରିବାକୁ ଟିପ୍ସ ଦେଇ ଜଣେ କର୍ପୋରେଟର ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶର ମାଉ ଅଞ୍ଚଳରେ ଏପରି ଘଟଣା ଘଟିଛି। କର୍ପୋରେଟରଙ୍କ ନାମ ହେଉଛି ପ୍ରବୀଣ ମଲ୍ଲ। ତାଙ୍କର ଏକ ଘରୋଇ କଲେଜ ରହିଛି, ଯେଉଁଥିରେ ସେ ନିଜ ପରିଚାଳକ ଅଛନ୍ତି। ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ କିପରି କପି କରିହେବ ସେ ନେଇ ପ୍ରବୀଣ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଉଥିବା ଏକ ଭିଡିଓରୁ ଦେଖିବାକୁ ମିଳିଛି।

ମଧୁବନ ଅଞ୍ଚଳର କର୍ପୋରେଟର ଥିବା ପ୍ରବୀଣ ଗତ ୭ ତାରିଖରେ ହରିବଂଶ ମେମୋରିଆଲ ଇଣ୍ଟର କଲେଜରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ପିଲାମାନଙ୍କୁ ପରୀକ୍ଷାରେ କିପରି ଠକିହେବ ସେନେଇ କିଛି ପରାମର୍ଶ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, ତୁମେମାନେ ପରୀକ୍ଷା ଦେବା ସମୟରେ ଉତ୍ତର ଖାତାରେ ୧୦୦ ଟଙ୍କା ରଖିଦେବ। ଫଳରେ ପରୀକ୍ଷକ ତୁମକୁ ପାସ୍‌ କରାଇଦେବେ। ତୁମେମାନେ ପରସ୍ପର ଭିତରେ କଥା ହୋଇ ଉତ୍ତର ଲେଖିପାରିବ। କେହି ତୁମକୁ ଅଟକାଇବେ ନାହିଁ। ପରସ୍ପର ସହିତ କଥା ହୋଇ ଉତ୍ତର ଲେଖିଲେ ତାହାକୁ କପି ବୋଲି ଧରାଯିବ ନାହିଁ। କିନ୍ତୁ କେହି ପାଖରେ ଚିଟ୍‌ ରଖିବ ନାହିଁ ବୋଲି ସେ କହିଛନ୍ତି। ଯଦି କୌଣସି ଶିକ୍ଷକ କପି ଦେଖି କାହାକୁ ଚାପୁଡ଼ା ମାରନ୍ତି, ତେବେ ତୁମେ ଏହାକୁ ଚୁପଚାପ୍‌ ସହିଯିବା ସହିତ ଆଉଥରେ ଚାପୁଡ଼ା ମାରିବାକୁ କହିବ ଏବଂ ତା’ ପରେ ପୁଣି କପି କରିବ। କିନ୍ତୁ ଶିକ୍ଷକଙ୍କୁ ବିରୋଧ କଲେ ପୂରା କଲେଜ ପାଇଁ ଅସୁବିଧା ହେବ।

- Advertisement -

ଏହି ଭିଡିଓ ଭାଇରାଲ ହେବା ପରେ ପ୍ରବୀଣଙ୍କୁ ଗିରଫ କରାଯାଇଛି। ତେବେ ସେ ଏଭଳି କହି ନ ଥିବା ଏବଂ ପିଲାଙ୍କୁ କପି ନ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories