ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ମୋଟ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬ କ୍ବାରେଣ୍ଟାଇନ୍ରୁ ହୋଇଥିବାବେଳେ ୫୮ ଲୋକାଲ୍ କଣ୍ଟାକ୍ଟ କେସ୍ରୁ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ୱରରୁ ଆଜି ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୯୫୮ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୧୬୩ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ବିଏମ୍ସି ପକ୍ଷରୁ କରାଯାଇଥିବା ଟ୍ବିଟ୍ରେ ଦର୍ଶାଯାଇଛି ଯେ ଆଜି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ କରୋନା ଆକ୍ରାନ୍ତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଡୁମୁଡୁମା ୩ ଓ ନୟାପଲ୍ଲୀରୁ ୩ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ପୁରୁଣା ଭୁବନେଶ୍ବରରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅଶୋକନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଖାରବେଳ ନଗର, ସହିଦନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଲୋକାଲ୍ କଣ୍ଟାକ୍ଟ କେସ୍ରୁ ୟୁନିଟ୍-୯ରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୁଣା ଭୁବନେଶ୍ବର ୪, ପଟିଆ ୪, ଲକ୍ଷ୍ମୀସାଗର ୩, ନୟାପଲ୍ଲୀ ୩, ବରମୁଣ୍ଡା ୩, ଝାରପଡ଼ା ୨, ପଳାଶୁଣି ୨, ଆଇଆର୍ସି ଭିଲେଜ ୨, ଆଚାର୍ଯ୍ୟ ବିହାର, ବାପୁଜିପଲ୍ଲୀ, ଚକେଇସିହାଣି, ଚିନ୍ତାମଣିଶ୍ବର, ଖାରବେଳ ନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 2nd Nov (till 9am) pic.twitter.com/lruu7U4e9f— BMC (@bmcbbsr) November 2, 2020



