www.samajalive.in
Saturday, December 13, 2025
14.1 C
Bhubaneswar

ଫସଲବୀମାକୁ ନେଇ ବଢୁଛି ଅସନ୍ତୋଷ; ଧାରଣାରେ ବସିଲେ ଦୁଇ ପଞ୍ଚାୟତର ଚାଷୀ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ପ୍ରତିବର୍ଷ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥାଏ। ପୂର୍ବ ବର୍ଷମାନଙ୍କରେ ବହୁ ଚାଷୀ ଫସଲବୀମା କରିଥିଲେ ମଧ୍ୟ ବୀମା ଟଙ୍କା ପାଇବାରୁ ଏବେ ବି ବଞ୍ଚିତ ରହିଛନ୍ତି। ଏହିକ୍ରମରେ ଗତ ଖରିଫରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ମଧ୍ୟ ବୀମା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ଆଗଲପୁର ବ୍ଲକ ବାବୁଫାସଡ ପଞ୍ଚାୟତର ବାବୁପାଲି ଗାଁର ଚାଷୀମାନେ ଜିଲାପାଳଙ୍କଠାରେ ଫେରାଦ ହୋଇଥିବାବେଳେ ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଓ ଯୁରାବନ୍ଧ ପଞ୍ଚାୟତର ଚାଷୀମାନେ ଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ସୋମବାର ଆଗଲପୁର ବ୍ଲକ ବାବୁଫାସଡ ପଞ୍ଚାୟତ ଅଧିନସ୍ଥ ବାବୁପାଲି ଗାଁର ସଂଖ୍ୟାଧିକ ଚାଷୀ ଜିଲାପାଳଙ୍କ ଠାରେ ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ଫେରାଦ ହୋଇଥିଲେ। ଅଭିଯୋଗ ଅନୁସାରେ ୨୦୧୯ ଖରିଫରେ ପଞ୍ଚାୟତର ପ୍ରାୟ ୬ଶହରୁ ଉର୍ଦ୍ଧ୍ବ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ସେଥିରୁ ଅଧା ଚାଷୀ ବୀମା ଟଙ୍କା ପାଇଥିବାବେଳେ ଅନ୍ୟ ଚାଷୀମାନଙ୍କୁ ବୀମା ଟଙ୍କା ମିଲିନାହିଁ। ବୀମା ଟଙ୍କା ପାଇନଥିବା ଚାଷୀମାନେ ସମାନ ଭାବେ ବୀମା ପାଇଁ ଟଙ୍କା ଭରିଥିବାବେଳେ ସେମାନଙ୍କୁ କେଉଁ ନିୟମରେ ବୀମାରୁ ବଞ୍ଚିତ ରଖାଗଲା ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏଦିଗରେ ଜିଲାପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସେହିପରି ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଓ ଯୁରାବନ୍ଧ ପଞ୍ଚାୟତର ଚାଷୀମାନଙ୍କୁ ମଧ୍ୟ ବୀମା ଟଙ୍କା ଦେବାରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଚାଷୀ ବୀମାରୁ ବଞ୍ଚିତ ହୋଇଛନ୍ତି। ୨୦୧୯ରେ ଚାଷ କ୍ଷତି ସତ୍ୱେ ସେମାନେ ଭରଣା ପାଇଁ ବୀମା ଟଙ୍କା ନପାଇ ଆର୍ଥିକ ଚାପର ଶୀକାର ହୋଇଛନ୍ତି। ତେବେ ଏହି ଦୁଇଟି ପଞ୍ଚାୟତରେ ହେକ୍ଟର ପିଛା ୫୦ହଜାର ଟଙ୍କା ବୀମାରାଶି ପ୍ରଦାନ କରିବା ଦାବିରେ ଚାଷୀମାନେ ସୋମବାର ଜିଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଏହି ଚାଷୀମାନେ ଜିଲାପାଳଙ୍କ ଅଫିସ୍ ଘେରାଓ କରିଥିବା ବେଳେ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories