ଛେଳି ଚୋରି ଅଭିଯୋଗରେ ବାପ ଓ ପୁଅ ଗିରଫ
ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର କାଳିଚରଣ ମହାନ୍ତଙ୍କ ଗୁହାଳରୁ ଗତ ଶନିବାର ରାତି ୧୪ଟି ଛେଳି ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସକୁ ଅଭିଯୋଗ ମିଳିବା ପରେ ଗତକାଲି ପାଟଣା ଥାନା ଅଧିକାରୀ ସୋମନାଥ ଜେନା, ସବ୍ ଇନ୍ସପେକ୍ଟର ଶିବଶଙ୍କର ଆଲଦା, ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ୍ ପ୍ରମୁଖ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଟଣା ଥାନା ଗୋରାସ ଗ୍ରାମରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଗୋରାସ ଗ୍ରାମର ହରିଶ୍ ଚନ୍ଦ୍ର ସେଠୀଙ୍କ ଘରୁ ଚୋରି ହୋଇଥିବା ୧୨ଟି ଛେଳିକୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ଛେଳି ଗୁଡ଼ିକୁ ଅଭିଯୋଗକାରିଣୀ କୁଣ୍ଡୁଳା ଗ୍ରାମର କାଳିଚରଣ ମହାନ୍ତିଙ୍କ ପତ୍ନୀ ନିର୍ମଳା ମହାନ୍ତଙ୍କ ଜିମା ଦିଆ ଯାଇଛି। ଛେଳି ଚୋରି ଅଭିଯୋଗରେ ଗୋରାସ ଗ୍ରାମର ହରିଶ୍ ଚନ୍ଦ୍ର ସେଠୀ(୫୪) ଓ ପୁଅ ଭୀମସେନ ସେଠୀ(୨୮)ଙ୍କୁ ପାଟଣା ଥାନା କେଶ ନମ୍ବର ୧୬୫/୨୦ ମୂଳେ ଦଫା ୩୭୯ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶିବପ୍ରସାଦ ଆଇଚ ସୂଚନା ଦେଇଛନ୍ତି।
Comments are closed.