www.samajalive.in
Saturday, December 13, 2025
23.1 C
Bhubaneswar

ଟିକା ବିନା ଅଫିସ ଯିବାକୁ ଡ଼ରୁଛନ୍ତି ୮୩% କର୍ମଚାରୀ: ସର୍ଭେ ରିପୋର୍ଟ

ଯେ ପର୍ଯ୍ୟନ୍ତ କରୋନା ଟିକା ବାହାରିନାହିଁ, ସେ ପର୍ଯ୍ୟନ୍ତ ଅଫିସ ଯିବାକୁ ଡ଼ରୁଛନ୍ତି ୮୩% ଭାରତୀୟ ଚାକିରିଜୀବୀ । ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ନେଇ ଆଇଟି କମ୍ପାନୀ ଆଟଲାସିଆନ ଦ୍ବାରା କରାଯାଇଥିବା ସର୍ଭେରୁ ଏହା ସୂଚନା ମିଳିଛି । ତେବେ ଅଫିସ ଯିବାକୁ ଡ଼ର ଲାଗୁଥିଲେ ହେଁ ୭୮% କର୍ମଚାରୀ ଘରେ ବସିବସି କାମ କରି ବିରକ୍ତ ହୋଇ ଯାଇଥିବା ମତ ଦେଇଛନ୍ତି ।

ଗତ ଅକ୍ଟୋବର ମାସରେ କରାଯାଇଥିବା ଏହି ସର୍ଭେକ୍ଷଣରେ ଭାରତର ବିଭିନ୍ନ ସହରର ଲୋକଙ୍କୁ ସାମିଲ କରାଯାଇଛି । ଲୋକମାନେ ଅଫିସକୁ କାମ କରିବାକୁ ଯାଉଛନ୍ତି, ମାତ୍ର ଏଥିରେ ସେମାନଙ୍କର ଭୟ ରହିଛି । ୮୬% କର୍ମଚାରୀ ଭାବୁଛନ୍ତି ଯେ ଅଫିସରୁ ସେମାନଙ୍କୁ କରୋନା ସଂକ୍ରମଣ ହୋଇପାରେ । ଏହି କର୍ମଚାରୀମାନେ ଏବେ ଜଟିଳ ସ୍ଥିତିରେ ଗତି କରୁଛନ୍ତି ବୋଲି ଆଟଲାସିଆନ୍ ସ୍ଥିତ ସାଇଟ୍ ଲିଡ୍ ତଥା ଇଞ୍ଜିନିୟରିଂ (ବେଙ୍ଗାଲୁରୁ)ର ଦୀନେଶ ଅଜମେରା କହିଛନ୍ତି ।

- Advertisement -

ଭାରତର ଟାୟାର ୧, ଟାୟାର ୨ ଓ ଟାୟାର ୩ ସହରର ପ୍ରାୟ ୧୪୦୦ ଲୋକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଛି ଏବଂ ଏଥିରେ ଲୋକମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଛନ୍ତି । ଏପରିକି ଏହି ଲୋକମାନେ କରୋନା ପରିଚାଳନାରେ ସରକାର ଓ ନିଜେ କାମ କରୁଥିବା କମ୍ପାନୀଗୁଡ଼ିକର ପଦକ୍ଷେପକୁ ଭଲ ବୋଲି କହିଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories