www.samajalive.in
Saturday, December 13, 2025
17.1 C
Bhubaneswar

ନିଖୋଜ ନାବାଳିକା ତ୍ରିପୁରା ଚାଲାଣ ବେଳେ ଉଦ୍ଧାର କଲା ଭଉଣୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡି ଗ୍ରାମର ଏକ ନାବାଳିକା ଗୁରୁବାର ଘରୁ ନିଖୋଜ ହୋଇଥିବା ବେଳେ ଶୁକ୍ରବାର ତ୍ରିପୁରା ଚାଲାଣ ବେଳେ ବଡ଼ ଭଉଣୀ ଉଦ୍ଧାର କରିଛି । ନାବାଳିକାକୁ ପ୍ରଲୋଭନ ଦେଖାଇ ବିନା ଅଭିଭାବକଙ୍କର ପରାମର୍ଶ ନେଇଯାଉଥିବା ନେଇ ଭଉଣୀ ମଇଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ରତାଖଣ୍ଡି ଗ୍ରାମର ନାବାଳିକା ଜଣକ ନିଖୋଜ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ବହୁ ଖୋଜା ଖୋଜି ପରେ ବି ପାଇନଥିଲେ । ଗ୍ରାମର ଦୁଇ ଜଣ ବାଳିକା ସହ ନାବାଳିକା ସିଲେଇ ତାଲିମ ପାଇଁ ତ୍ରିପୁରା ଯାଇଥିବା ଜାଣିବାକୁ ପାଇଥିଲେ । ବଡ ଭଉଣୀ ନମିତା ଗଣ୍ଡ ଏନେଇ ଜାଣିବା ପରେ ଚାଲାଣ ହେଉଥିବା ବସ୍‌କୁ ଖୋଜାଖୋଜି କରିଥିଲେ । ନମିତା ଉମରକୋଟ ଠାରେ ରହି ସିଂସାରୀ ଓ ପରେ ବୋକାବଣ୍ଡ ଯାଇଥିଲେ । କିନ୍ତୁ ବସଟିକୁ ପାଇ ନ ଥିଲେ । ପରେ ଉକ୍ତ ଦଲାଲକୁ ବାରମ୍ବାର ଫୋନ କରିବାରୁ ସେ ଫୋନ ଉଠାଇନଥିଲା। ଶେଷରେ ପାପଡାହାଣ୍ଡି ବ୍ଲକ ନୂଆକୋଟ ନିକଟରେ ବସ ଥିବା ଜାଣି ନମିତା ପହଂଚି ଥିଲେ । ବସଟି ଏକ କାଜୁ ବାଡ଼ ଭିତରେ ଦେଖିଥିଲେ । କିନ୍ତୁ ସେଠାରେ ବି ନାବାଳିକା ଭଉଣୀକୁ ପାଇ ନ ଥିଲେ । ନୂଆକୋଟ ପଂଚାୟତର କସରାଭାଟା ଗ୍ରାମର ଏକ ଘରୁ ଭଉଣୀକୁ ଉଦ୍ଧାର କରିଥିଲେ । ନାବାଳିକା ଜଣକ ଟଙ୍କା ପ୍ରଲୋଭନ ଦେଇ ତାକୁ ନିଆ ଯାଉଥିଲା ବୋଲି କହିଛନ୍ତି । ନାମିତ ଗଣ୍ଡ ଏନେଇ ମଇ ଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଈପାଇ ପହଂଚି ଛନ୍ତି । ୪୭ ଜଣ ଶ୍ରମିକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । କେଉଁ ଉଦେଶ୍ୟରେ ଅଭିଭାବକଙ୍କୁ ନ ଜଣାଇ ଚାଲାଣ କରାଯାଉଥିଲା ତାହାର ତଦନ୍ତ ଦାବି କରିଛନ୍ତି ନମିତା ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories