www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍କଳକୁ ମିଳୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା.ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା.ରମେଶ ପୋଖରିଆଲ ନିଶାଙ୍କଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଏବଂ ବିଶେଷ ଭାବରେ ଭୁବନେଶ୍ୱର ନିକଟରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ ମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ବିହାର ଏବଂ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟ ସହ ତୁଳନା କରାଗଲେ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। ମାତ୍ର ଅପରପକ୍ଷରେ ଓଡ଼ିଶାରେ କେବଳ କୋରାପୁଟ ଠାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏହା ଦ୍ୱାରା କେବଳ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀମାନେ ଲାଭ ପାଉଛନ୍ତି।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠସ୍ଥଳି ହେବ। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲେ ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ ଶିଳ୍ପ ଓ ଶିକ୍ଷାବିତଙ୍କ ମଧ୍ୟରେ ସମନ୍ୱୟ ତିଆରି ହେବା ସହ ଅତ୍ୟାଧୁନିକ ଗବେଷଣାକୁ ପ୍ରୋତ୍ସାହନ ଦେବ।
୭୫ ବର୍ଷର ଐତିହ୍ୟ ଏବଂ ପରମ୍ପରାର ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ତଥା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା, କଲ୍ୟାଣ ଏବଂ ଦେଶର ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପଯୋଗୀ ମାନବ ସମ୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ଧ୍ୟାନରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବରେ ମାନ୍ୟତା ଦେବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ୧୯୪୩ ମସିହାରେ ସ୍ଥାପନା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ଏକ ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ବେଶ ଜଣାଣୁଣା। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୮ଟି ପିଜି ଡିପାର୍ଟମେଣ୍ଟ ସହ ୧୭ଟି ସେଲ୍ପ-ଫାଇନାନ୍ସିଂ କୋର୍ସ ପଢ଼ାଯାଉଛି। ତା’ ସହ ୯ଟି ଜିଲ୍ଲାର ୩୭୩ଟି କଲେଜ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଏ+ ମାନ୍ୟତା ମିଳିଥିବାବେଳେ ଏହା ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ୯୬ ତମ ସ୍ଥାନ ପାଇଛି। ଏସବୁ ଉପଲବ୍ଧିକୁ ଦେଖି କେନ୍ଦ୍ର ସରକାର ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories