www.samajalive.in
Saturday, December 6, 2025
19.1 C
Bhubaneswar

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ବୃଦ୍ଧା, ସୁସ୍ଥ ହୋଇ ଘରକୁ ଫେରିଲେ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ଭୟରେ ଭୟବୀତ ହୋଇପଡିଛି। ଭାରତ, ପାକିସ୍ଥାନ ଏବଂ ଆମେରିକା ସମେତ ପ୍ରାୟ ୧୬୪ ଦେଶରେ କରୋନା ଭୂତାଣୁ ହଇଚଇ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ଥିବା ୮ ହଜାର  ରୁ ଅଧିକ ପ୍ରାଣ ହରାଇଛନ୍ତି। ବୟସ୍କ ବ୍ୟକ୍ତିଙ୍କ ପାଇଁ ବିପଜ୍ଜନକ କୁହାଯାଉଥିବା ଏହି କରୋନା ଭାଇରସ କବଳରୁ ଜଣେ ୧୦୩ ବର୍ଷୀୟା ବୃଦ୍ଧା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଇରାନର ରାଜଧାନୀ ତେହେରାନଠାରୁ ୧୮୦ କିଲୋମିଟର ଦୂରତାରେ ଥିବା ସେମନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ବୃଦ୍ଧା କୋରନା ଭୂତାଣୁକୁ ପରାସ୍ତ କରିଛନ୍ତି। ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ ମହିଳାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା କରାଯାଉଛି। ସେମନ୍ ପ୍ରଦେଶର ସ୍ୱାସ୍ଥ୍ୟ ଅଧିକାରୀ ନୱିଦ୍ ଦାନାଇ ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି।

- Advertisement -

ଏହି ବୃଦ୍ଧା ଜଣକ କରୋନା ଆକ୍ରାନ୍ତରୁ ଏତେ ଶୀଘ୍ର ସୁସ୍ଥ ହେବା ଏହା ଏକ ଚମତ୍କାରର ବିଷୟ। କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ବୃଦ୍ଧ-ବୃଦ୍ଧାମାନଙ୍କ ପାଇଁ କରୋନା ଭୂତାଣୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଏମାନେ ଶୀଘ୍ର କରୋନା ଭୂତାଣୁ​‌ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ଏହି କାରଣରୁ ସାରା ବିଶ୍ୱରେ ଅଧିକାଂଶ ବୃଦ୍ଧ-ବୃଦ୍ଧାମାନେ କରୋନା ଆକ୍ରାନ୍ତ ହେଉଛନ୍ତି।

ତେବେ ରିପୋର୍ଟ ଅନୁଯାୟୀ ବିଶ୍ବର ଏ ପ୍ରଥମ ବୃଦ୍ଧା ନୁହଁନ୍ତି, ଯିଏ କି କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଫେରିଛନ୍ତି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ଇରାନରେ ଜଣେ ୯୧ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଖବର ଅନୁଯାୟୀ ଏହି ବୃଦ୍ଧ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଏବଂ ଆଜମା ଥିଲା। ଯାହା ଏଭଳି ସ୍ଥିତିରେ ସାଂଘାତିକ ବୋଲି ବିବେଚନା କରାଯାଏ। ସେହିପରି ଚୀନର ଉହାନରେ ଜଣେ ୧୦୩ ବର୍ଷୀୟା ବୃଦ୍ଧା ଏବଂ ଅନ୍ୟ ଜଣେ ୧୦୧ ବୟସ୍କ ବ୍ୟକ୍ତି ମଧ୍ୟ ଏହି ମାରାତ୍ମକ ଭୂତାଣୁ କବଳରୁ ରକ୍ଷା ପାଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories