ମହାଶିବରାତ୍ରି ପାଇଁ କରୋନା କଟକଣା କଡ଼ାକଡ଼ି

ଜନଗହଳି ଉପରେ ନଜର ରଖିବେ ଜିଲାପାଳ, ମହାନଗର ନିଗମ ଆୟୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ମହାଶିବରାତ୍ରି ପାଇଁ ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ମାର୍ଗଦର୍ଶିକାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଉପରେ ଜିଲାପାଳ ଓ ମ୍ୟୁନିସିପାଲିଟି ଆୟୁକ୍ତ ଦୃଷ୍ଟି ରଖିବାକୁ କୁହାଯାଇଛି। ମନ୍ଦିର ଭିତରେ ଓ ବାହାରେ ଯେଭଳି ଅଯଥା ଭିଡ଼ ନ ହେବ, ଏହାସହିତ କୌଣସି ମେଳା ନ ହୁଏ ସେ ବାବଦରେ ପଦକ୍ଷେପ ନେବେ।
ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ କରୋନାର ସମସ୍ତ ନିୟମାବଳୀ ପାଳନ ପୂର୍ବକ ଯେପରି ତୁଣ୍ଡି ପିନ୍ଧିବା ସହ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି।

Comments are closed.